Latest Odisha News

ପୁରୀରେ ଚାଞ୍ଚଲ୍ୟ ଖେଳାଇଲା ରହସ୍ୟମୟ ପାରା

ପୁରୀ : ପୁରୀରେ ଚାଞ୍ଚଲ୍ୟ ଖେଳାଇଲା ରହସ୍ୟମୟ ପାରା । କିଛି ଦିନ ପୂର୍ବରୁ ରାଉରକେଲାରେ ଦେଖାଯାଇଥିବା ପାରା ଏବେ ପୁରୀ ମାଳତୀପାଟପୁର ପାଖରେ ଦେଖାଦେଇଛି । ଏହି ପାରାର ଗୋଡରେ ଦୁଇଟି ରିଙ୍ଗ୍ ଲାଗିଥିବା ବେଳେ ସେଥିରେ କିଛି ନମ୍ବର ଲେଖା ହୋଇଛି । ଏପରିକି ପାରାଙ୍କ ପାଟିରେ କିଛି କେମିକାଲ ଦିଆଯାଇଥିବା ଦେଖିବାକୁ ମିଳିଥିଲା ।

ତେବେ ପ୍ରଶ୍ନ ଉଠୁଛି ଏହି ପାରାକୁ କିଏ ଛାଡିଛି ।ଏବଂ କେଉଁ ଉଦ୍ଦେଶ୍ୟରେ ଏହି ପାରାକୁ ଛଡା ଯାଇଛି । ସେପଟେ ଏହାଦ୍ୱାରା କିଛି ଭାଇରସ୍ ଛଡା ଯାଇଛି ବୋଲି ଚର୍ଚ୍ଚା ଜୋର୍ ଧରିଛି । ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

Leave A Reply

Your email address will not be published.