Latest Odisha News

ଶାର୍ଦ୍ଦୁଳଙ୍କୁ ୭ ୱିକେଟ: ଦକ୍ଷିଣ ଆଫ୍ରିକା ୨୨୯ରନରେ ଅଲଆଉଟ

ଜୋହନ୍ସବର୍ଗ: ଶାର୍ଦ୍ଦୁଳ ଠାକୁରଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ଦକ୍ଷିଣ ଆଫ୍ରିକାକୁ ୨୨୯ ରନରେ ଭାରତ ଅଲଆଉଟ କରିଦେଇଛି । ଶାର୍ଦ୍ଦୁଳ ଏକାକୀ ୭ ୱିକେଟ ହାସଲକାରୀ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସାମି ୨ଟି ଏବଂ ଯଶପ୍ରୀତ ବୁମରାହ ଗୋଟିଏ ୱିକେଟ ନେଇଥିଲେ । ଭାରତ ପ୍ରଥମ ଇନିଂସରେ ୨୦୨ ରନ କରିଥିବାରୁ ଦକ୍ଷିଣ ଆଫ୍ରିକା ୨୭ ରନର ଅଗ୍ରଣୀ ହାସଲ କରିଛି ।

କେଗାନ ପିଟରସନ(୬୨) ଓ ଟେମ୍ବା ବାଭୁମା(୫୧) ଅର୍ଦ୍ଧଶତକ ହାସଲ କରିଥିଲେ । ଅନ୍ୟ ସମସ୍ତ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ ଫେଲ ମାରିଥିଲେ । ଶାର୍ଦ୍ଦୁଳଙ୍କ ପ୍ରଭାବୀ ବୋଲିଂ ଯୋଗୁ ଭାରତ ମ୍ୟାଚରେ ନିଜ ସ୍ଥିତି ବଜାୟ ରଖିଛି ।

Leave A Reply

Your email address will not be published.