Latest Odisha News

BREAKING NEWS

ଏଲଏସିରେ ଚୀନ ମଜଭୁତ କରୁଛି ଫାଇବର ଅପ୍ଟିକ ନେଟୱର୍କ

ୱାଶିଂଟନ:ସାରା ବିଶ୍ୱ କରୋନା ମହାମାରୀ ମୁକାବିଲାରେ ବ୍ୟସ୍ତ ଥିବାବେଳେ ଚୀନ କିନ୍ତୁ ଭାରତ ବିରୋଧରେ ରଚି ଚାଲିଥିଲା ଷଡଯନ୍ତ୍ର । ଏହାର ଖୁଲାସା କରିଛି ଆମେରିକା ପ୍ରତିରକ୍ଷା ବିଭାଗ ପେଂଟାଗନର ରିପୋର୍ଟ । ଏହି ସମୟ ମଧ୍ୟରେ ପଶ୍ଚିମ ହିମାଳୟର ଦୁର୍ଗମ ଅଂଚଳରେ ଚୀନ ଫାଇବର ଅପ୍ଟିକ ନେଟୱର୍କ ମଜଭୁତ କରି ଚାଲିଥିଲା । ଭାରତ ଏ ବିଷୟରେ ଅବଗତ ହେବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।

ସୀମାରେ ଅସ୍ତ୍ରଶସ୍ତ୍ର ଠୁଳ କରି ଚୀନ ଅନାବଶ୍ୟକ ଭାବେ ଉତେଜନା ବୃଦ୍ଧି କରୁଛି ବୋଲି ଆମେରିକାର ମିଲିଟାରୀ ଆଣ୍ଡ ସିକ୍ୟୁରିଟି ଡେଭଲପମେଂଟ ଇନଭଲଭିଂ ଦି ପିପୁଲ୍ସ ରିପବ୍ଲିକ୍ସ ଅଫ ଚୀନ ଶୀର୍ଷକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ।

Comments are closed.