Latest Odisha News

ଆଜି ବଲିଉଡ୍ ଅଭିନେତ୍ରୀ ତବୁଙ୍କ ଜନ୍ମଦିନ

ମୁମ୍ବାଇ : ଆଜି ବଲିଉଡ ଅଭିନେତ୍ରୀ ତବୁଙ୍କ ଜନ୍ମଦିନ । ୫୦ ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି । ତବୁ ଏନେଇ ତବୁଙ୍କୁ ବଲିଉଡ୍ ଜଗତରୁ ଶୁଭେଚ୍ଛାର ସୁଅ ଛୁଟିଛି। ବଲିଉଡରେ ଅନେକ ହିଟ୍ ଫିଲ୍ମରେ ନିଜର ଦବ୍ ଦବା ଜାରି ରଖିଥିଲେ ତବୁ । ସେ ନିଜର କ୍ୟାରିଅରରେ ଅନେକ ତାମିଲ୍,ତେଲଗୁ,ମାଲାଲାୟାମ,ହିନ୍ଦୀ, ଓ ଆମେରିକାନ୍  ଫିଲ୍ମରେ ଆକ୍ଟିଂ କରିଛନ୍ତି।

BjdElectrycity

ସେ ଦୁଇ ଦୁଇ ଥର ନ୍ୟାସନାଲ ଆୱାର୍ଡ ମଧ୍ୟ ଜିତିଛନ୍ତି । ୪ ନଭେମ୍ବର ୧୯୭୧ ମସିହାରେ ହାଇଡ୍ରାବାଦରେ ଜନ୍ମଗ୍ରହଣ କରିଥିଲେ ତବୁ। ସେ ୧୯୮୦ ମସିହାରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ତାଙ୍କର ପୁରା ନାଁ ତବସ୍ମୁ ଫତିମା ହାସ୍ମୀ।ବଲିଉଡରେ ଅନେକ ହିଟ୍ ଫିଲ୍ମ ଦେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ତବୁ।

ସେ ୧୯୮୨ ରେ ବାଜାର, ୧୯୮୫ ରେ ‘ହମ୍ ନୌଜବାନ’ ୧୯୯୧ରେ ତେଲୁଗ ଫିଲ୍ମ ‘କୁଲି’, ଓ ‘ଚୁପକି ରାନୀ ଚୌର କି ରାଜା’, ‘ପ୍ରେମ୍’ ୧୯୯୪ରେ ‘ପେହେଲେ ପେହେଲେ ପ୍ୟାର’ ,୧୯୯୬ରେ ‘ସାଜନ ଚାଲେ ସସୁରାଲ’ ଏବଂ ୧୯୯୭ରେ ‘ବର୍ଡର’ ଏବଂ ୧୯୯୯ରେ ‘ହମ୍ ସାଥ୍ ସାଥ୍’ , ‘ବିବି ନମ୍ବର ୱାନ’, ୨୦୦୬ରେ ‘ଫନା’,୨୦୦୭ରେ ‘ଚିନି କମ୍’ ଏବଂ ହିଟ୍ ଫିଲ୍ମ ‘ଚାଚି ୪୨୦’ ,୨୦୧୫ରେ ‘ଦୃଶ୍ୟମ’, ୨୦୧୮ରେ ଅନ୍ଧାଧୁନ ଆଦି ଫିଲ୍ମରେ ଅଭିନୟ କରି ନିଜର ଅଭିନୟର ଯାଦୁଗରି ଦର୍ଶକଙ୍କୁ ଦେଖାଇଥିଲେ ତବୁ ।୨୦୨୨ରେ ତବୁଙ୍କ ଅପ୍ କମିଂ ଫିଲ୍ମ ‘ଭୁଲ୍ ଭୁଲେୟାଁ ୨’ ରିଲିଜ ହେବ ଜଣାପଡ଼ିଛି।

 

 

Leave A Reply

Your email address will not be published.