Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ଆଇଟିଡ଼ିଏ ଅଫିସର ମୁଖ୍ୟ କିରାଣୀ

କନ୍ଧମାଳ: ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ଆଇଟିଡ଼ିଏ ଅଫିସର ମୁଖ୍ୟ କିରାଣୀ ବସନ୍ତ ପାଣି। ୬ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ। ସିକ୍ୟୁରିଟି ଟଙ୍କା ରିଲିଜ୍ ପାଇଁ ଜଣେ ଠିକାଦାରଙ୍କଠାରୁ ସେ ଲାଞ୍ଚ ନେଉଥିଲେ। ସିକ୍ୟୁରିଟି ବିଲ କରାଇଦେବାକୁ ୮ହଜାର ଟଙ୍କା ଡ଼ିଲ ହୋଇଥିଲା।

ପୂର୍ବରୁ ୨ହଜାର ଟଙ୍କା ନେଇଥିଲେ ବସନ୍ତ ପାଣି। ବାକି ୬ହଜାର ଟଙ୍କା ନେବାବେଳେ ରେଡ଼୍ ହୋଇଥିଲା। ଏହାପରେ ତାଙ୍କ ବାସଭବନ ଚଢ଼ାଉ ହୋଇଥିଲା। ଚଢ଼ାଉବେଳେ ତାଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା, ସୁନାଗହଣା ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ ହୋଇଛି। ତେବେ ତାଙ୍କ ସମ୍ପତିର ଯାଞ୍ଚ ଚାଲିଛି।

Leave A Reply

Your email address will not be published.