Latest Odisha News

ପୂର୍ବ ଲଦାଖରେ ମିସାଇଲ ରେଜିମେଂଟ ପ୍ରସ୍ତୁତ କରୁଛି ଚୀନ

ଲେହ: ସୀମାରେ ଉତେଜନା ହ୍ରାସ କରିବା ପାଇଁ ଚୀନ ବିଭିନ୍ନ ରଣନୀତି ଆପଣାଇବାରେ ଲାଗିଛି । ଏବେ ପୂର୍ବ ଲଦାଖ ଉପରେ ଡ୍ରାଗନ ତାର ଶୈତାନ ନଜର ରଖିଛି । ନୂତନ ହାଇୱେ ନିର୍ମାଣ ପରେ ଏବେ ସେଠାରେ ମିସାଇଲ ଓ ରକେଟ ରେଜିମେଂଟ ପ୍ରସ୍ତୁତ କରୁଥିବା ରିପୋର୍ଟ ହସ୍ତଗତ ହୋଇଛି । ହାଇୱେଗୁଡିକ ପ୍ରଶସ୍ତ କରିବା ସହ ଏୟାର ଷ୍ଟ୍ରିପ ମଧ୍ୟ ନିର୍ମାଣ କରୁଛି ।

ଏଗୁଡିକ ସମ୍ପୂର୍ଣ୍ଣ ହେଲେ କମ ସମୟ ମଧ୍ୟରେ ଚୀନ ସେନା ଏଲଏସି ନିକଟରେ ପଂହଚିପାରିବ । ଯାହା କି ଭାରତ ପାଇଁ ଚିନ୍ତାର କାରଣ । ସୀମା ନିକଟରେ ଗୁପ୍ତ ଆଶ୍ରୟସ୍ଥଳ, ଡ୍ରୋନ ଓ ସର୍ଭିଲେନ୍ସ ଉପକରଣକୁ ନିୟୋଜିତ କରୁଛି ।

Comments are closed.