Latest Odisha News

ଡିସେମ୍ବର ୧ରୁ କରୋନା କଟକଣା ମଧ୍ୟରେ କୋଣାର୍କ ମହୋତ୍ସବ ଆରମ୍ଭ ହେବ ,ସଜେଇ ହେଲାଣି ରଙ୍ଗମଞ୍ଚ

କୋଣାର୍କ : କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ଡିସେମ୍ବର ୧ ତାରିଖରୁ କୋଣାର୍କ ମହୋତ୍ସବ ଓ ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବ ଆରମ୍ଭ ହେବ। ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ , ଚନ୍ଦ୍ରଭାଗା ବେଳେଭୂମିରେ ଆନ୍ତର୍ଜାତୀୟ ବାଲୁକାକଳା ଉତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷପର୍ଯ୍ୟାୟରେ ପହଁଞ୍ଚିଲାଣି।

ଡିସେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ରଙ୍ଗୀନ ଆଲୁଅରେ ଝଲସି ଉଠିବ ରଙ୍ଗମଞ୍ଚ। ଏନେଇ ସଜେଇ ହେଲାଣି କୋଣାର୍କ ପରିସର। ରଙ୍ଗବେରଙ୍ଗ ଚାନ୍ଦୁଆ, ଚିତ୍ରକଳା ରାତିର ଶୋଭାକୁ ଆକର୍ଷଣ କରୁଛି। ଦର୍ଶକ ଗ୍ୟାଲେରୀ ମଧ୍ୟ ପାରମ୍ପରିକ ଚିତ୍ରରେ ସଜେଇ ହୋଇଛି। ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତ୍ୟକଦିନ ସଂନ୍ଧ୍ୟା ୬ ଟା .୩୦ ରୁ ରାତି ୮.୩୦ ପର୍ଯ୍ୟନ୍ତ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ ହେବ।

ଗ୍ୟାଲେରିରେ କୋଭିଡ କଟକଣା ମଧ୍ୟରେ ନୃତ୍ୟକୁ ଭରପୁର ଉପଭୋଗ କରିବେ ଦର୍ଶକ।ଅନ୍ୟପଟେ ଚନ୍ଦ୍ରଭାଗା ଅନ୍ତର୍ଜାତୀୟ ବାଳୁକା କଳ। ନିମନ୍ତେ ପ୍ରସ୍ତୁତି ଚାଲିଛି।ବାଲୁକା କଳାରେ ୩୦ଟି ଷ୍ଟଲରେ ଭାରତର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିବେ।କରୋନା ପାଇଁ ଚଳିତ ବର୍ଷ ମୀନା ବଜାର ,ଯାତ୍ରା,ହସ୍ତଶିଳ୍ପ ପ୍ରଦର୍ଶନୀ ଆଦିକୁ ବାତିଲ କରିଦିଆଯାଇଛି।

Leave A Reply

Your email address will not be published.