Latest Odisha News

ଚୀନ ସୀମାରେ ରାଡାର, ମିସାଇଲ ନିୟୋଜିତ କରିଛି : ଆଇଏଏଫ ଚିଫ୍‌

ଲଦାଖ:ଚୀନ ଲାଇନ ଅଫ ଆକଚୁଆଲ କଂଟ୍ରୋଲ ନିକଟରେ ବହୁ ମାତ୍ରାରେ ରାଡାର ଓ ମିସାଇଲ ନିୟୋଜିତ କରିଛି । ମଙ୍ଗଳବାର ଭାରତୀୟ ଏୟାରଫୋର୍ସର ଚିଫ ଆରକେଏସ ଭଦୌରିଆ ଏହା କହିଛନ୍ତି । ସୀମାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କଲେ କ୍ଷତି ଚୀନର ହେବ ବୋଲି ସେ କହିଛନ୍ତି । ଭାରତ କୌଣସି ପ୍ରକାର ଅଶାନ୍ତିକର ପରିବେଶ ସୃଷ୍ଟି କରିବାକୁ ଚାହୁଁ ନାହିଁ ।

ଛୋଟ ଛୋଟ ଦେଶଗୁଡିକୁ ଚୀନ ଶସ୍ତା ଟେକ୍ନୋଲୋଜିର ଅସ୍ତ୍ରଶସ୍ତ୍ର ଦେଇ ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛି । ତେବେ ଏ ସବୁ ସତ୍ୱେ ଭାରତ ସବୁ ପରିସ୍ଥିତିର ମୁକାବିଲା କରିବା କ୍ଷମତା ରଖିଛି ବୋଲି ଭଦୌରିଆ କହିଛନ୍ତି । ସିପିଇସି ପ୍ରୋଜେକ୍ଟ ପାକିସ୍ତାନ ପରି ଦେଶଗୁଡିକୁ ଭବିଷ୍ୟତରେ ଅସୁବିଧାରେ ପକାଇବ ବୋଲି ସେ ଏହି ଅବସରରେ କହିଛନ୍ତି ।

Leave A Reply

Your email address will not be published.