Latest Odisha News

BREAKING NEWS

ଶୋପିଆଁ ଏନକାଉଂଟର ମାମଲା: ୩ ଦିନ ମଜୁରିଆଙ୍କୁ ଆତଙ୍କବାଦୀ ଦର୍ଶାଇ ହତ୍ୟା କରିଥିଲେ ସେନା ଅଧିକାରୀ

ଶ୍ରୀନଗର: ଭାରତୀୟ ସେନାର ଭାବମୂର୍ତିକୁ ଆଜି ଆଘାତ ଲାଗିଛି । ବହୁ ଚର୍ଚ୍ଚିତ ଶୋପିଆଁ ଏନକାଂଉଟର ଫେକ୍ ଥିଲା ପ୍ରମାଣିତ ହୋଇଛି । ଘଟଣାର ତଦନ୍ତ କରୁଥିବା ଜମ୍ମୁ-କଶ୍ମୀର ପୋଲିସ ଏ ନେଇ ଚାର୍ଜସିଟ ଦାଖଲ କରିଛି । ରାଜୌରୀର ୩ ଦିନ ମଜୁରିଆଙ୍କୁ ଆତଙ୍କବାଦୀ ଦର୍ଶାଇ ସେନା କ୍ୟାପଟେନ ମେଜର ବସୀର ଖାଁ ଏବଂ ତାଙ୍କ ୨ ସହଯୋଗୀମାନେ ଅପହରଣ କରି ନେଇଥିଲେ ।

ଏକ ବଗିଚାରେ ସେମାନଙ୍କୁ ଚାଲି ଚାଲି ଯିବା ପାଇଁ କହିଥିଲେ, ସେମାନେ ତାଙ୍କ କଥା ମାନିଥିଲେ । କିଛି ଦୂର ଯିବା ପରେ ତାଙ୍କ ଉପରକୁ ଗୁଳି ଚାଳନା କରାଯାଇଥିଲା । ଏହା ପରେ ସେମାନଙ୍କ ହାତରେ ବେଆଇନ ଅସ୍ତ୍ରଶସ୍ତ୍ର ଧରାଇ ଏହାକୁ ଏନକାଂଉଟର ଆଖ୍ୟା ଦେଇଥିଲେ । ଏହି ରହସ୍ୟ ଉଜାଗର ହେବା ଫଳରେ ସେନାର ଅଧିକାରୀଙ୍କ ବିରୋଧରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେଥିପ୍ରତି ନଜର ରହିଛି ।

Leave A Reply

Your email address will not be published.