ନୂଆଦିଲ୍ଲୀ: ପୁଣି ଡରାଇଲାଣି ଚୀନ୍ । ଆଉ ଏକ କରୋନା ଭାଇରସକୁ ଠାବ କଲାଣି ଚୀନ । ଯାହା ପୁଣି ମଣିଷ ଜୀବନକୁ ବିପଦରେ ପକାଇପାରେ । ଯେବେ ଯେବେ ଚୀନର ଗବେଷକମାନେ କିଛି ନୂତନ ପରୀକ୍ଷା କରିଛନ୍ତି, ଏହାର ଫଳ ସବୁବେଳେ ବିଶ୍ବ ପାଇଁ ଧ୍ବଂସାତ୍ମକ ହୋଇଛି । ଯେମିତି କୋଭିଡ୍-୧୯ର ଉତ୍ପତ୍ତି । ଆଉ ଏବେ ଚୀନ ଏକ ନୂଆ ବାଦୁଡ଼ି କରୋନାଭାଇରସ୍, HKU5-CoV-2 ଆବିଷ୍କାର କରିଛି, ଯାହା ମଣିଷକୁ ସଂକ୍ରମିତ କରିବାର କ୍ଷମତା ରଖିଛି । କାରଣ ଏହା କୋଭିଡ୍-୧୯ ସୃଷ୍ଟିକାରୀ SARS-CoV-2 ଭାଇରସ୍ ପରି ଥିବା କୋଷ ଭଳି ସମାନ କୋଷ ପୃଷ୍ଠ ବହନ କରୁଛି ।
ତେବେ ନୂଆ ଭାଇରସ୍ ନେଇ କରାଯାଇଥିବା ଏହି ଗବେଷଣା, ସେଲ୍ ବୈଜ୍ଞାନିକ ପତ୍ରିକାରେ ପ୍ରକାଶିତ ହୋଇଛି । ଯେଉଁଥିରେ ଗୁଆଙ୍ଗଝୁ ଲାବୋରେଟୋରୀରେ ବାଦୁଡ଼ି କୁ ନେଇ ଏକ ଅଧ୍ୟୟନରେ ଏହି କରୋନାଭାଇରସ୍ ଉପରେ ଆଲୋକପାତ କରାଯାଇଛି ।
କ’ଣ ଏହି HKU5-CoV-2 ?
ଚୀନ୍ରେ ବାଦୁଡ଼ିମାନଙ୍କ ଠାରେ HKU5-CoV-2 ନାମକ ଏକ ନୂଆ ଭାଇରସ୍ ଆବିଷ୍କୃତ ହୋଇଛି । ଯାହାର ପୂର୍ଣ୍ଣ କ୍ଷମତା ରହିଛି, ଏହା ମଣତଷକୁ ସଂକ୍ରିତ ହୋଇପାରିବ । ହେଲେ ଏହାକୁ ନେଇ ଗବେଷକ ଆଉ ଏକ ଆଶ୍ବସ୍ତିକର ମନ୍ତବ୍ୟ ଦେଇ କହିଛନ୍ତି, ଯେ ଏହି ସଂକ୍ରମଣ, କୌଣସି ପଶୁପକ୍ଷୀରୁ ମଣିଷକୁ ସଂକ୍ରମିତ ହେବାର ସମ୍ଭାବ୍ୟ କମ୍ ରହିଛି । ମଣିଷ ଶରୀରରେ SARS-CoV-2 ଅପେକ୍ଷା, HKU5-CoV-ସଂକ୍ରମଣ ହେବାରେ କମ୍ ବିପଦ ସୃଷ୍ଟି କରିପାରେ । ଏନେଇ କୌଣସି ଅଧିକ ତଦନ୍ତ କରାଯାଇନାହିଁ । ଗବେଷକଙ୍କ କହିବାନୁଯାୟୀ, ଯଦି ସକ୍ରିୟ ଭାବେ ଶହ ଶହ କରୋନାଭାଇରସ୍ ରହିଥିବେ, ସେମାନଙ୍କ ମଧ୍ୟରୁ କେବଳ କିଛି ହିଁ ମଣିଷକୁ ସଂକ୍ରମିତ କରିପାରିବେ ।
ତେବେ HKU5-CoV-2, ହଂକଂରେ ଜାପାନୀ ପିପିଷ୍ଟ୍ରେଲ୍ ବାଦୁଡ଼ିରେ ପ୍ରଥମେ ଚିହ୍ନଟ ହୋଇଥିବା HKU5 କରୋନାଭାଇରସ୍ ଏକ ବଂଶ । ଯାହା ମେର୍ବେକୋଭାଇରସ୍ ସବଜିନସରୁ ଆସିଛି । ଏହାର ଲକ୍ଷଣ ମଧ୍ୟ କରୋନା ଭାଇରସ୍ ପରି ସମାନ । ଯେଉଁଥିରେ ମିଡିଲ ଇଷ୍ଟ ରେସପିରେଟୋରୀ ସିଣ୍ଡ୍ରୋମ୍ (ମର୍ସ) ସୃଷ୍ଟି କରୁଥିବା ଭାଇରସ୍ ମଧ୍ୟ ଅନ୍ତର୍ଭୁକ୍ତ ।
ବୈଜ୍ଞାନିକମାନଙ୍କ କହିବାନୁଯାୟୀ, SARS-CoV-2 ପରି, ବାଦୁଡ଼ି ଠାରେ ଚିହ୍ନଟ କରାଟାଇଥିବା ଭାଇରସ୍ HKU5-CoV-2 ରେ ମଧ୍ୟରେ ମଧ୍ୟ କିଛି ବୈଶିଷ୍ଟ୍ୟ ରହିଛି, ଯାହା ଫ୍ୟୁରିନ୍ କ୍ଲିଭେଜ୍ ସାଇଟ୍ ଭାବରେ ଜଣାଶୁଣା । ଯାହା ACE2 ରିସେପ୍ଟର ପ୍ରୋଟିନ୍ ମାଧ୍ୟମରେ କୋଷଗୁଡିକ ମଧ୍ୟରେ ପ୍ରବେଶ କରିଥାଏ ।
ଏନେଇ ପରୀକ୍ଷା ପରେ ଜଣାପଡିଥିଲା ଯେ, HKU5-CoV-2, ଉଚ୍ଚ ACE2 ଲେବଲ ସହ ଟେଷ୍ଟ ଟ୍ୟୁବ୍, ମାନବ ଅନ୍ତନଳୀ ଏବଂ ଶ୍ୱାସନଳୀର ମଡେଲକୁ ବିଶେଷ ଭାବେ ସଂକ୍ରମିତ କରିଥିଲା । ଯଦି ପୁନଶ୍ଚ ଗବେଷଣାରୁ ଏହା ଜଣାପଡା ଯେ, ଏହା ପଶୁଙ୍କ ଠାରୁ ସିଧାସଳଖ ମଣିଷକୁ ସଂକ୍ରମିତ ହୋଇପାରିବ, ତାହା ହେଲେ ଏବେ ପୁଣି ଥରେ ଏହା ଆଉ ,କ ନୂଆ ଭାଇରସ ବ୍ୟାପିବାର ଆଶଙ୍କା ସୃଷ୍ଟି କରିପାରେ ।
Comments are closed.