Latest Odisha News

BREAKING NEWS

୬ ବର୍ଷ ତଳୁ ଚୀନ ଜୈବିକ ଅସ୍ତ୍ର ପ୍ରସ୍ତୁତ କରୁଥିଲା !

ବେଜିଂ: କରୋନା ମହାମାରୀ କମିବାର ନାମ ନେଉ ନାହିଁ । ପୂର୍ବରୁ ଏହା ପଛରେ ଚୀନର ଭୂମିକା ଥିବା ଅନୁମାନ କରାଯାଉଥିଲା । ଏବେ ଆଉ ଏକ ପ୍ରମାଣ ଏହି ସନ୍ଦେହକୁ ଦୃଢ଼ୀଭୂତ କରିଛି । ରିପୋର୍ଟ ମୁତାବକ ଚୀନ ୬ ବର୍ଷ ତଳୁ ଜୈବିକ ଅସ୍ତ୍ର ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଥିଲା । ଆବଶ୍ୟକ ପଡିଲେ ଶାର୍ଶ, କରୋନା ପରି ଭାଇରସକୁ ଶତ୍ରୁ ଦଳ ପ୍ରତି କିପରି ବ୍ୟବହାର କରାଯାଇପାରିବ ସେ ନେଇ ଗବେଷଣା ଚାଲିଥିଲା । ପିଏଲଏ କମାଣ୍ଡରଙ୍କ ଏକ ଗ୍ରୁପ ଏହି ଆଲୋଚନାର ପ୍ରମାଣ ରଖିଥିବା ଏକ ଡକ୍ୟୁମେଂଟ ଏବେ ପୁନର୍ବାର ଚୀନକୁ ସନ୍ଦେହ ଘେରକୁ ଆଣିଛି ।ପ୍ରଥମ ବିଶ୍ୱଯୁଦ୍ଧ କେମିକାଲରେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ନ୍ୟୁକ୍ଲିୟର ଏନର୍ଜି ଏବଂ ତୃତୀୟ ଜୈବ ଅସ୍ତ୍ରରେ ଲଢ଼ାଯିବ, ଶତ୍ରୁ ରାଷ୍ଟ୍ର ଜାଣିବା ପୂର୍ବରୁ ଏହି ଜୈବ ଆକ୍ରମଣ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଭାଙ୍ଗି ଦେବ ବୋଲି ସେମାନେ ଆଲୋଚନା କରିଥିଲେ । ୧୮ ବୈଜ୍ଞାନିକଙ୍କୁ ଏ ନେଇ ନିୟୋଜିତ କରାଯାଇଛି । ନ୍ୟୁ ସ୍ପେଶିଜ ଅଫ ମ୍ୟାନ ମେଡ ଭାଇରସ ଆଜ ଜେନେଟିକ ବାଓୱିପେନ୍ସରେ ଏହି ସବୁ କଥା ଉଲ୍ଲେଖ ରହିଛି ।

ବୈଜ୍ଞାନିକମାନେ ଜୈବ ଅସ୍ତ୍ର ପ୍ରସ୍ତୁତ କଲେ ମଧ୍ୟ ଏହା ଉପରେ ସେମାନଙ୍କ ନିୟନ୍ତ୍ରଣ ରହିବ ନାହିଁ ବୋଲି ଅଷ୍ଟ୍ରେଲିଆନ ଷ୍ଟ୍ରାଟେଜିକ ଏକଜିକ୍ୟୁଟିଭ ଡାଇରେକ୍ଟର ପିଟର ଜେନିଙ୍ଗସ କହିଛନ୍ତି ।

Comments are closed.