Latest Odisha News

BREAKING NEWS

ଆମେରିକା ସମେତ ୬୦ ଦେଶ ତାଲିବାନକୁ ଆର୍ଥୀକ ସହୟତା ଦେବାକୁ ମନା କଲେ, ସପକ୍ଷରେ ଚୀନ

କାବୁଲ: ଆଫଗାନିସ୍ତାନରେ ତାଲିବାନ କବଜାକୁ ଅନେକ ଦେଶ ଅବୈଧ ଘୋଷିତ କରି ସାହାଯ୍ୟ କରିବାକୁ ମନା କରି ଦେଇଛନ୍ତି । ଆମେରିକା ସମେତ ୬୦ ଦେଶ ଆଫଗାନିସ୍ତାନକୁ ମିଳିବାକୁ ଥିବା ସମସ୍ତ ଆର୍ଥୀକ ସହାୟତା ବନ୍ଦ କରି ଦେଇଥିବା ବେଳେ ଚୀନ କିନ୍ତୁ ସହଯୋଗର ହାତ ବଢ଼ାଇଛି । ଏହାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରବକ୍ତା ୱାଙ୍ଗ ବେନାବିନ ସମସ୍ତ ଘଟଣା ପାଇଁ ଆମେରିକାକୁ ଦାୟୀ କରିଛନ୍ତି ।

ବର୍ତମାନ ଆଫଗାନିସ୍ତାନ ଲୋକଙ୍କୁ ସାହାଯ୍ୟ ଦରକାର ଏବଂ ଆମେ ଏହା କରିବୁ ବୋଲି ସେ କହିଛନ୍ତି । କିନ୍ତୁ ପ୍ରକୃତରେ ୧ ଟ୍ରିଲିୟନ ଡଲାରର ଖଣିଜ ସମ୍ପଦ ଉପରେ ଚୀନର ଆଖି ରହିଛି । ଏଥିପାଇଁ ସେ ତାଲିବାନ ସହ ଜୁଆ ଖେଳିଛି କହିଲେ ଭୁଲ ହେବନି । ଆଗକୁ ଚୀନର ପଦକ୍ଷେପ କଣ ହେବ ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.