Latest Odisha News

ଓଡ଼ିଶାରେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ, କାଲି ଯିବେ ପୁରୀ

ଭୁବନେଶ୍ୱର: ଓଡ଼ିଶାରେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ । ପାଞ୍ଚ ଦିନିଆ ଗସ୍ତରେ ଆସି ଗତକାଲି ରାତିରେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି ଗସ୍ତ ସମୟରେ ସେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି । ଆସନ୍ତାକାଲି ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ ମୋହନ ଭାଗବତ । ଏଥିସହ ଗୋବର୍ଦ୍ଧନ ପୀଠାଧିଶ ଶଙ୍କାରାଚାର୍ୟ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିବେ ।

ଏହାପରେ ସଂଘର ବୈଠକରେ ଯୋଗ ଦେଇ ସାଂଗଠନିକ ସ୍ଥିତି ବାବଦରେ ଆଲୋଚନା କରିବେ ମୋହନ ଭାଗବତ । ଏଥିସହ କରୋନା ସଂକ୍ରମଣରେ ପୀଡ଼ିତ ଲୋକଙ୍କୁ ସାହାଯ୍ୟ ପାଇଁ ସ୍ୱୟଂ ସେବକ ସଂଘ ପକ୍ଷରୁ କରାଯାଇଥିବା ରାଜ୍ୟବ୍ୟାପୀ ସେବା କାର୍ୟ୍ୟର ସମୀକ୍ଷା କରିବେ ।

ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ଆବଶ୍ୟକ ପ୍ରଶିକ୍ଷଣ ଏବଂ ପ୍ରସ୍ତୁତି ଉପରେ ମଧ୍ୟ ବିଚାର କରାଯିବ । ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତ ସାରି ଫେରିଯିବେ ମୋହନ ଭାଗବତ ।

Leave A Reply

Your email address will not be published.