Latest Odisha News

BREAKING NEWS

ଆଫଗାନିସ୍ତାନରୁ ଦିଲ୍ଲୀ ଆସିଥିବା ୭୮ ଜଣଙ୍କ ଭିତରୁ ୧୬ ଜଣଙ୍କୁ କରୋନା

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଦିଲ୍ଲୀ ଫେରିଥିବା ୭୮ ଜଣଙ୍କ ଭିତରୁ ୧୬ କରୋନା ପଜିଟିଭ୍ ଚିହ୍ନଟ । ଗତକାଲି ସେମାନେ ଦିଲ୍ଲୀରେ ପହଞ୍ଚିଥିଲେ । ସଂକ୍ରମିତଙ୍କ ଭିତରେ ଅଛନ୍ତି ଗୁରୁ ଗ୍ରନ୍ଥ ସାହିବ ନେଇ ଆସିଥିବା ତିନି ଜଣ ଗ୍ରନ୍ଥି । ସେମାନଙ୍କୁ ଭେଟିବା ସହ ସ୍ୱାଗତ କରିଥିଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ । ସମସ୍ତ ୭୮ ଜଣଙ୍କୁ ଏବେ କ୍ୱାରେଣ୍ଟାଇନରେ ରଖାଯାଇଛି ।

ଗତକାଲି ଭାରତ ଦୁଶାମ୍ବେରୁ ୭୮ ଜଣଙ୍କୁ ଉଦ୍ଧାର କରିଥିଲା । ଏମାନଙ୍କ ଭିତରେ ୨୫ ଜଣ ଭାରତୀୟ ନାଗରିକ ଥିଲେ । କିଛି ଆଫଗାନ ଶିଖ ଓ ହିନ୍ଦୁ ସାମିଲ ଥିଲେ । ବର୍ତ୍ତମାନ ସୁଦ୍ଧା ଭାରତ ଆଫଗାନିସ୍ତାନରୁ ୮୦୦ ଲୋକଙ୍କୁ ଉଦ୍ଧାର କଲାଣି ।

କାବୁଲକୁ ତାଲିବାନୀ କବଜା କରିବା ପରେ ଅଗଷ୍ଟ ୧୬ରୁ ରେସକ୍ୟୁ ଅପରେସନ୍ ଜାରି ରହିଛି । ଆଫଗାନ ଫେରନ୍ତା କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ଆଗକୁ ଚିନ୍ତାଜନକ ସ୍ଥିତି ବି ଉପୁଜିପାରେ ।

Leave A Reply

Your email address will not be published.