ବେଜିଂ: ଏବେ ପଙ୍ଗପାଳ ଆକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ ପରି ରାଜ୍ୟରେ ଫସଲ ନଷ୍ଟ କରି ପଙ୍ଗପାଳ ଆଗେଇ ଚାଲିଛନ୍ତି । କେନ୍ଦ୍ର ସରକାର ସେଥିପାଇଁ ଅନେକଗୁଡିଏ ରାଜ୍ୟକୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଆସନ୍ତୁ ଜାଣିବା ଚୀନ ସରକାରଙ୍କ ଭୁଲ ଯୋଗୁ କିପରି ୬୦ ବର୍ଷ ତଳେ କୋଟି କୋଟି ଲୋକଙ୍କ ଅନାହରରେ ମୃତ୍ୟୁ ହୋଇଥିଲା ।
୧୯୫୮ରେ ମାଓ ଜେଡାଙ୍ଗ ଚୀନର ଶାସକ ଭାର ତୁଲାଇଥିଲେ । ସେ ଫସଲ ନଷ୍ଟ ନ ହେବ ବୋଲି ମଶା, ମାଛ୍ି, ମୂଷା ଓ ଘରଚଟିଆଙ୍କୁ ମାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ପୁରସ୍କାର ରାଶି ରଖାଯାଇଥିଲା । ଚୀନ ଲୋକେ ଘରଚଟିଆକୁ ଅଧିକ ସଂଖ୍ୟାରେ ମାରିବାକୁ ଲାଗିଲେ । ଧିରେ ଧିରେ ଏହାର ସଂଖ୍ୟା କମିବାକୁ ଲାଗିଲା । ସେ ସମୟରେ ପକ୍ଷୀ ବିଜ୍ଞାନୀ ଶୋ ଶିନ ତାଙ୍କୁ ପରାମର୍ଶ ଦେଇଥିଲେ ଘରଚଟିଆ ମାରିବା ରୋକିବା ପାଇଁ । ଏହା ନ ହେଲେ ପଙ୍ଗପାଳ ସଂଖ୍ୟା ବଢ଼ିଯିବ ଏବଂ ଫସଲ ବଂଚାଇବା କଷ୍ଟକର ହେବ ।ମାଓ ତାଙ୍କ ନିର୍ଦ୍ଦେଶକୁ ଫେରାଇ ନେଇଥିଲେ । କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା ।
ପଙ୍ଗପାଳସଂଖ୍ୟା ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ସେମାନଙ୍କୁ ରୋକିବା କଷ୍ଟକର ହୋଇ ପଡିଥିଲା । ଦେଶର ଅଧିକାଂଶ ଫସଲ ବର୍ବାଦ ହୋଇ ଯାଇଥିଲା । ଏହା ପରେ ଚୀନରେ ଲୋକେ ଅନାହରରେ ମରିବାକୁ ଲାଗିଲେ । ୨ରୁ ୩ କୋଟି ଲୋକ ଏଥିରେ ମରିଥିବା ଅନୁମାନ କରାଯାଏ । ଚୀନ ଇତିହାସର ଦୁଃଖଦ ଘଟଣାରେ ଏବେ ମଧ୍ୟ ଏହାକୁ ଗଣତି କରାଯାଏ ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.