Latest Odisha News

BREAKING NEWS

ଭାରତର ଉତ୍ତର ସୀମାରେ ଚୀନର ୬୦ ହଜାର ସୈନିକ ମୁତୟନ: ମାଇକ୍ ପୋମ୍ପିଓ

ୱାଶିଂଟନ୍‌: ଏଲଏସି ଉପରେ ଭାରତ ଓ ଚୀନ ମଧ୍ୟରେ ଏକପ୍ରକାର ସୀମା ବିବାଦ ଜାରି ରହିଛି ।

ଏଭଳି ସମୟରେ କ୍ୱାଡ ସମୁହ ଦେଶ ଗୁଡିକର ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଟୋକିଓ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏପରିକି ସୀମା ଉପରେ ଉତ୍ତେଜନାକୁ ନେଇ ଚୀନର ବ୍ୟବହାର ଉପରେ ବର୍ଷିଥିଲେ ମାଇକ୍ । ଏଥିସହିତ ବେଜିଂ କ୍ୱାଡ ଦେଶ ଗୁଡିକ ପାଇଁ ବିପଦ ପାଲଟିଛି ବୋଲି ପ୍ରକାଶ କରିଛନ୍ତି ।

କରୋନା ମହାମାରୀ ଆରମ୍ଭ ହେବା ପରେ ଏହା ପ୍ରଥମ ସିଧାସଳଖ ବୈଠକ ବୋଲି ଆଲୋଚନା ହେଉଛି । ଆମେରିକା, ଜାପାନ, ଭାରତ ଓ ଅଷ୍ଟ୍ରେଲିଆ ଭଳି ରାଷ୍ଟ୍ର ଗୁଡିକ ଉକ୍ତ ବୈଠକରେ ସାମିଲ ରହିଥିଲେ ।

ଟୋକିଓରେ ଆୟୋଜିତ ଏକ ବୈଠକ ପରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ ଶୁକ୍ରବାର ଦିନ କହିଛନ୍ତି ଯେ “ଭାରତର ଉତ୍ତର ସୀମାରେ ଚୀନର ୬୦ ହଜାର ସୈନିକ ମୁତୟନ ହୋଇଥିବା ଭାରତୀୟ ମାନେ ଦେଖିବାକୁ ପାଉଛନ୍ତି” ।

Leave A Reply

Your email address will not be published.