Latest Odisha News

BREAKING NEWS

ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି ସଲମାନ୍-କାଟ୍ରିନାଙ୍କ ବେବି ଫିଲ୍ଟର ଫଟୋ

ମୁମ୍ବାଇ: ସୋସିଆଲ ମିଡିଆରେ ଯେ ରାତାରାତି ଲୋକପ୍ରିୟତା ଆଣିପାରେ ଏହାକୁ ଅସ୍ୱୀକାର କରିହେବ ନାହିଁ। ସମ୍ପ୍ରତି, ସୋସିଆଲ୍‌ ମିଡିଆରେ ବେବି ଫିଲ୍ଟର ନାଁରେ ଏକ ବିୟୁଟି ଫେସ୍‌ ଆପ୍ ଟ୍ରେଣ୍ଡ୍‌ କରୁଛି।

ପ୍ରଥମେ, ବିରାଟ ଏବଂ ଅନୁଷ୍କାଙ୍କ ଫଟୋ ବେବି ଫିଲ୍ଟରରେ ଭାଇରାଲ ହୋଇଥିବା ବେଳେ ବର୍ତ୍ତମାନ ସଲମାନ୍‌-କ୍ୟାଟ୍ରିନାଙ୍କ ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ପ୍ରଶଂସକମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି।

ପୂର୍ବରୁ ବିରାଟ ଏବଂ ଅନୁଷ୍କାଙ୍କ ଫଟୋ ଏହି ବେବି ଫିଲ୍ଟର ମାଧ୍ୟମରେ ଖୁବ୍‌ ଭାଇରାଲ୍‌ ହୋଇଥିଲା। ପ୍ରଶଂସକ ଏହାକୁ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ।

ବିଶେଷ କଥା ହେଉଛି ଏହି ଫିଲ୍ଟର ସାହାଯ୍ୟରେ ତାରକାମାନେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏଥିରେ ତାରକାମାନଙ୍କ ‌ଚେହେରା ଏକଦମ୍‌ ଶିଶୁଙ୍କ ଚେହେରା ପରି ଦେଖାଯାଉଛି। ପ୍ରଶଂସକମାନେ ମଧ୍ୟ ଏହି ନୂତନ ଫିଲ୍ଟର ମାଧ୍ୟମରେ ଇଣ୍ଡଷ୍ଟ୍ରିରୁ ସେମାନଙ୍କର ପ୍ରିୟ ଦମ୍ପତିଙ୍କୁ ଦେଖିବାକୁ ପସନ୍ଦ କରୁଛନ୍ତି |

Leave A Reply

Your email address will not be published.