Latest Odisha News

BREAKING NEWS

ମ୍ୟାନାମାରରେ ଅଶାନ୍ତି ସୃଷ୍ଟି କରୁଛି ଚୀନ, ସାରା ବିଶ୍ୱକୁ ସାହାଯ୍ୟ ମାଗିଲେ ଆର୍ମି ଚିଫ୍‌

ରେଙ୍ଗୁନ: ମ୍ୟାନାମାରରେ ଚୀନ ଉଦ୍ଦେଶ୍ୟମୂଳକ ଭାବେ ଅଶାନ୍ତି ସୃଷ୍ଟି କରୁଛି । ସେଠାକାର ଉଗ୍ରପନ୍ଥୀଙ୍କୁ ଅସ୍ତ୍ରଶସ୍ତ୍ର ଓ ଅର୍ଥ ଯୋଗାଉଥିବା ମ୍ୟାନାମାରର ଆର୍ମି ଚିଫ ଅଭିଯୋଗ ଆଣିଛନ୍ତି । ନିକଟରେ ଅରାକାନା ଆତଙ୍କବାଦୀ ସଂଗଠନ ଉପରେ ଚଢ଼ାଉ କରାଯିବା ପରେ ସେଠାରୁ ଚୀନ ମିସାଇଲ, ଅସ୍ତ୍ରଶସ୍ତ୍ର ମିଳିଥିଲା । ଗୋଟିଏ ଗୋଟିଏ ମିସାଇଲର ମୂଲ୍ୟ ୯୦,୦୦୦ ଡଲାର ହେବ ।

ଆର୍ମି ଚିଫ ମିନ ଆଙ୍ଗ ହ୍ୱାଇଙ୍ଗ କହିଛନ୍ତି ଚୀନ ଆତଙ୍କବାଦୀଙ୍କୁ ସୁବିଧା ସୁଯୋଗ ଯୋଗାଇବା ବନ୍ଦ କରୁ । ଏହି ଅବସରରେ ସେ ଅନ୍ତରାଷ୍ଟ୍ରୀୟ ସମୂହଙ୍କୁ ପରୋକ୍ଷରେ ସାହାଯ୍ୟ ମାଗିଛନ୍ତି । ଭାରତ, ଜାପାନ, ତାଇୱାନ ସମେତ ଅନ୍ୟ ପଡୋଶୀ ଦେଶ ଚୀନ ବିପକ୍ଷରେ ମୁହଁ ଖୋଲିବାରୁ ମ୍ୟାନାମାର ସାହାସ ପାଇଛି । ଚୀନକୁ ମଧ୍ୟ ସ୍ଥାନୀୟ ସରକାର ବିବାଦ ସୃଷ୍ଟି ନ କରିବା ପାଇଁ ଅନୁରୋଧ କରିଛି ।

Leave A Reply

Your email address will not be published.