Latest Odisha News

BREAKING NEWS

ଡିଏସପିଙ୍କ ପରିବାରରେ ୪ କରୋନା ପଜିଟିଭ୍ ଚିହ୍ନଟ !

କଟକ: କଟକ ଜିଲ୍ଲାର ଆଠଗଡ଼ ସବ ଡିଭିଜନରେ ଜଣେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ (ଡିଏସପି)ଙ୍କ ପରିବାରର ୪ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଭାବେ ଏହି ସବ ଡିଭିଜନରେ ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ସମେତ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ଏନେଇ ଆଠଗଡ଼ ସବ ଡିଭିଜନାଲ ମେଡ଼ିକାଲ ଅଫିସର (ଏସଡ଼ିଏମଓ) ବିଜୟ କୁମାର ମିଶ୍ର ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏସମ୍ପର୍କରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ସଂସ୍ପର୍ଶରେ ଆସିଥିବା ସମୁଦାୟ ୧୨୫ଟି ସ୍ୱାବ ନମୂନା ପରୀକ୍ଷା ନିମନ୍ତେ ପଠାଯାଇଥିବା ବେଳେ ସେଥିମଧ୍ୟରୁ ୧୭ ଜଣ ପଜିଟିଭ୍ ଥିବା ଚିହ୍ନଟ ହୋଇପାରିଛି ।

Leave A Reply

Your email address will not be published.