Latest Odisha News

BREAKING NEWS

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି: ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଗାଡି ପୂଜା କରି ଆପ୍‌ର ପ୍ରତିବାଦ

କଟକ: କରୋନା କାଳରେ ଦେଶରେ ଦିନକୁ ଦିନ ବଢ଼ିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ତୈଳ ଦର ଲଗାତର ବଢ଼ୁଛି । ଏହାକୁ ବିରୋଧ କରି ଆଜି କଟକ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ କଟକ ଜିଲ୍ଲା ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।

ପେଟ୍ରୋଲ ଓ ଡିଜେଲ ବ୍ୟବହୃତ ଗାଡିଗୁଡିକୁ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ରଖି ପୂଜା କରିଛି ଆପ୍ । ପେଟ୍ରୋଲ ଓ ଡିଜେଲର ମୂଲ୍ୟ କମିବା ପର‌୍ୟ୍ୟନ୍ତ ,ଶଗଡ଼ ଗାଡ଼ି, ସାଇକେଲ,ଟଲୀ ରିକ୍ସା, ବ୍ୟବହାର କରିବା ପାଇଁ ଜନସାଧାରଣଙ୍କୁ ଆପ୍ ନେବେଦନ କରିଛି ।କରୋନା ସମୟରେ ଅର୍ଥ ଅଭାବକୁ ଦୂର କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ ସରକାର ଓ କେନ୍ଦ୍ର ସରକାର କହୁଥିବା ବେଳେ ଆମ ଆଦମି ପାର୍ଟି ଏହାକୁ ନିନ୍ଦା କରିବା ସହ କେନ୍ଦ୍ର ସରକାର ସାଧାରଣ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି କହିଛି।

ଦେଶରେ ପ୍ରଥମ ଥର ପାଇଁ ପେଟ୍ରୋଲ ୮୧ ଟଙ୍କାରେ ପହଞ୍ଚିଛି ଆଉ ଏହାକୁ ରୋକିବାରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି ଆପ୍ କହିଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ତଫା ଦାବିରେ କଟକ ଜିଲ୍ଲାପାଳଙ୍କୁ ଆପ୍ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି । ଖୁବ୍‌ଶୀଘ୍ର ଯଦି ତୈଳ ଦର ହ୍ରାସ ନକରାଯାଏ ତେବେ ଆନ୍ଦୋଳନ ତୀବ୍ର ହେବ ବୋଲି ଆପ୍‌ର କଟକ ନଗର ସଭାପତି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.