ବେଜିଂ: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଛି । ଏହାର ଆତଙ୍କ ଥମିବାରେ ନାଁ ନେଉନାହିଁ। କରୋନା ପ୍ରତିରୋଧକ ଲାଗି ବୈଜ୍ଞାନିକମାନେ ଦିନ ରାତି ଏକ କରିଦେଲେଣି କିନ୍ତୁ ଏଯାଏଁ ତାର କୌଣସି ପ୍ରତିଷେଧକ ଟୀକା ବାହାରି ନାହିଁ । ଏହାରି ଭିତରେ ଚୀନରେ ଗୋଟିଏ ବିପଦ ନ ଯାଉଣୁ ଆଉ ଗୋଟିଏ ବିପଦ ଆସିଛି । ସେଠାରେ ଆଉ ଏକ ଭାଇରସ ମୁଣ୍ଡ ଟେକିଛି । 
ଚୀନର ୟୁନାନ ପ୍ରାନ୍ତରେ ନୂଆ ଭାଇରସ ‘ହନ୍ତା’ରେ ସଂକ୍ରମିତ ହୋଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପୀଡିତ ବ୍ୟକ୍ତି ଜଣକ ଟେଷ୍ଟ ପରେ ତାଙ୍କ ରିପୋର୍ଟ ହନ୍ତା ଭାଇରସ ପଜିଟିଭି ଆସିଛି । ଏନେଇ ଗ୍ଲୋବାଲ ଟାଇମ୍ସ ରିପୋର୍ଟରେ ପ୍ରକାଶିତ ତଥ୍ୟରୁ ଜଣାପଡିଛି ।
ସୂଚନା ଅନୁସାରେ, ହନ୍ତା ଭାଇରସରେ ମୃତୁ୍ୟ ବରଣ କରିଥିବା ବ୍ୟକ୍ତି ଜଣକ ବସରେ ଶୋଡଙ୍ଗ ଫେରୁଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ରକ୍ତ ନମୂନା ଓ ସ୍ୱାବ ପରୀକ୍ଷା ହୋଇଥିଲା । ଟେଷ୍ଟ ପରେ ହନ୍ତା ଭାଇରସ ପଜିଟିଭ ଆସିଥିଲା । ଏହାପରେ ତାଙ୍କ ସହ ବସରେ ଯାତ୍ରା କରୁଥିବା ୩୨ ଜଣଙ୍କ ପରୀକ୍ଷା କରାଯାଇଥିଲା । ତାଙ୍କ ରିପୋର୍ଟ ନେଗେଟିଭ ଆସିଛି ।
BREAKING NEWS
- ମେସିଙ୍କୁ ଦେଖିବା ପାଇଁ ହଙ୍ଗାମା; ଷ୍ଟାଡିୟମ୍ ଭାଙ୍ଗିଲେ ଉତ୍ତେଜିତ ଫ୍ୟାନ୍ସ
- IndiGo Flight Makes Emergency Landing : ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଭୁବନେଶ୍ୱର-ରାଞ୍ଚି ଇଣ୍ଡିଗୋ ବିମାନ…କଲା ହାର୍ଡ ଲ୍ୟାଣ୍ଡିଙ୍ଗ
- ୧୨ ହଜାର ଟଙ୍କା ଦେଇ କିଣିଥିଲେ ଟିକେଟ୍, ପାଇଲେନି ମେସିଙ୍କ ଝଲକ: ତାତିଗଲେ ପ୍ରଶଂସକ
- ହଠାତ ୪ ଖେଳାଳିଙ୍କୁ ସସପେଣ୍ଡ କଲା ଆସାମ କ୍ରିକେଟ ଆସୋସିଏଶନ
- କଟକ ଆସିବେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ
- ଦିଦିଙ୍କ ନିର୍ବାଚନମଣ୍ଡଳୀରେ କଟିଯାଇଛି ହଜାର ହଜାର ଭୋଟରଙ୍କ ନାମ: ନିର୍ବାଚନ କମିଶନଙ୍କ ରିପୋର୍ଟ
- ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣା; ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ
- କେରଳ ତାଣ୍ଡବ ରଚୁଛି ଏହି ଭୟଙ୍କର ରୋଗ, ବର୍ଷକୁ ୨୦୦ରୁ ଅଧିକ ଲୋକଙ୍କର ଯାଉଛି ଜୀବନ
- controversy: ଧୁରନ୍ଧର ଫିଲ୍ମକୁ ନେଇ ପାକିସ୍ତାନରେ ହଙ୍ଗାମା…
- ଶ୍ରୀମନ୍ଦିର ପହିଲି ଭୋଗ ନୀତି ନିର୍ଘଣ୍ଟକୁ ଅନୁମୋଦନ; ସେପଟେ, ଶ୍ରୀଗୁଣ୍ଡିଚା ମନ୍ଦିରରେ ଗର୍ଭଗୃହ ଦର୍ଶନ…
Comments are closed.