ଚାଇନା: ସ୍ମାର୍ଟଫୋନ୍ ଲଂଚ କଲାଭଳି ଚାଇନାରେ ଜନ୍ମ ନେଉଛନ୍ତି ଭଳିକିଭଳି ଭାଇରସ୍ । ଶୁଣିବାକୁ ହାସ୍ୟାସ୍ପଦ ଲାଗୁଥିଲେ ବି ଚାଇନାରେ ଏବେ ସ୍ଥିତି ବେଶ ଗମ୍ଭୀର । ଟିକ୍-ବୋର୍ଣ୍ଣ ନାମକ ଏକ ନୂଆ ଭାଇରସ୍କୁ ନେଇ ଚିନ୍ତାରେ ପଡିଛି ଡ୍ରାଗନ୍ ଦେଶ ।
ତାଜା ରିପୋର୍ଟ ଅନୁଯାୟୀ ଟିକ୍-ବୋର୍ଣ୍ଣ ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇ ୭ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୬୦ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ଭାଇରସ୍ ମଣିଷଠୁ ମଣିଷକୁ ସଂକ୍ରମିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
ପ୍ରଥମେ ଜିଆଙ୍ଗସୁ ର ରାଜଧାନୀ ନାନ୍ଜିଙ୍ଗ୍ରେ ଜଣେ ମହିଳା ଟିକ୍-ବୋର୍ଣ୍ଣ ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ସେହି ମହିଳାଙ୍କ ନିକଟରେ ଜ୍ୱର ଓ କଫ ଭଳି ଲକ୍ଷଣ ଦେଖାଦେଇଥିବାବେଳେ ତାଙ୍କ ଶରୀରରେ ଏକ ପ୍ଲେଟ୍ଲେଟ୍ ବା ବିମ୍ବାଣୁ ଠାବ ହୋଇଛି ।
Comments are closed.