Latest Odisha News

BREAKING NEWS

କାଲିଠୁ ସପ୍ତାହେ ବନ୍ଦ ରହିବ ଭୀମସାର ମେଡିସିନ୍ ବିଭାଗ OPD

ବୁର୍ଲା (ସମ୍ୱଲପୁର): ଆସନ୍ତାକାଲିଠାରୁ (ଗୁରୁବାର) ବନ୍ଦ ରହିବ ବୁର୍ଲା ଭୀମସାର ମେଡିସିନ ବିଭାଗ OPD। ଏନେଇ ସୂଚନା ଦେଇଛନ୍ତି ଭୀମସାର ନିର୍ଦ୍ଦେଶକ ଲଳିତ କୁମାର ମେହେର । ଆସନ୍ତା ୧୨ ତାରିଖ ଯାଏଁ ବନ୍ଦ ରହିବ OPD ।

ମେଡିସିନ ବିଭାଗର ୩୮ ଜଣ ଡାକ୍ତର କ୍ୱାରେଣ୍ଟାଇନରେ ଯିବା ପରେ ମେଡିକାଲ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କୁ ମିଶାଇ ଭୀମସାରର ବିଭିନ୍ନ ବିଭାଗର ୭୦ ଡାକ୍ତର କ୍ୱାରେଣ୍ଟାଇନରେ ଗଲେଣି ।

ମେଡିସିନ୍ ବିଭାଗ OPD ସପ୍ତାହେ ବନ୍ଦ ରହୁଥିବାରୁ କାଲିଠୁ ଆରମ୍ଭ ହେବ ଟେଲି ମେଡିସିନ୍ ସେବା । ଏଥିପାଇଁ ଦୁଇଟି ମୋବାଇଲ୍ ନମ୍ବର- ୭୬୫୫୦୫୧୫୯୮ ଓ ୭୬୫୫୦୫୧୬୦୧ ଜାରି କରାଯାଇଛି । ଗୁରୁତର ରୋଗୀ ଏହି ନମ୍ବରରେ ଫୋନ୍ କରି ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ ।

ଏହି ସମୟରେ ମେଡିସିନ ବିଭାଗ OPD ନ ଆସିବା ପାଇଁ ରୋଗୀଙ୍କୁ ଅନୁରୋଧ କରିଛନ୍ତି ଭୀମସାର ନିର୍ଦ୍ଦେଶକ । ତେବେ ମେଡିକାଲ କଲେଜ ଓ ହସ୍ପିଟାଲ ଅନ୍ୟ ସମସ୍ତ OPDରେ ରୋଗୀ ସେବା ଜାରି ରହିବ ।

Leave A Reply

Your email address will not be published.