Latest Odisha News

BREAKING NEWS

ରିୟା ଚକ୍ରବର୍ତ୍ତୀଙ୍କୁ ଇଡିର ନୋଟିସ୍, ଅଗଷ୍ଟ ୭ରେ ହାଜିରା ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଢିଛି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ । ବିହାର ପୋଲିସ ସ୍କାନରରେ ରିୟା ଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ସମନ କରିଛି । ଅଗଷ୍ଟ ୭ ତାରିଖ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ରହିଛି ।

ପ୍ରିଭେନସନ୍ ଅଫ ମନି ଲଣ୍ଡରିଂ ଆକ୍ଟ ବା ପିଏଲଏମଏରେ ତାଙ୍କୁ ନୋଟିସ୍ କରିଛି ଇଡି । ସୁଶାନ୍ତ ସିଂହ ରାଜପୁତ ମାମଲାର ଆର୍ଥିକ ଅନିୟମିତତା ଦିଗର ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ରିୟାଙ୍କ ସଂପୃକ୍ତି ନେଇ ପଚରାଉଚରା କରିବ ତଦନ୍ତକାରୀ ସଂସ୍ଥା ।

ମୁମ୍ବାଇରେ ଥିବା ରିୟାଙ୍କ ସମ୍ପତ୍ତିର ଖୋଳତାଡ ବି କରିଛୁ ଇଡି । ଏଥିରେ ସୁଶାନ୍ତଙ୍କ ଟଙ୍କା ଲାଗିଛି କି ନାହିଁ ତଦନ୍ତ ଚାଲିଛି । ରିୟାଙ୍କ ଚାର୍ଟର୍ଡା ଆକାଉଣ୍ଟାଣ୍ଟଙ୍କୁ ବି ସମନ୍ କରାଯାଇଛି । ସୁଶାନ୍ତଙ୍କ ଚାର୍ଟାର୍ଡ ଆକାଉଣ୍ଟଣ୍ଟ ସନ୍ଦୀପ ଶ୍ରୀଧରଙ୍କୁ ଇଡି ସମନ କରିବାର କିଛି ସମୟ ପରେ ରିୟାଙ୍କୁ ନୋଟିସ୍ ଜାରି କରିଛି ଇଡି ।

Leave A Reply

Your email address will not be published.