ନୂଆଦିଲ୍ଲୀ: କରୋନା ତଥ୍ୟ ଲୁଚାଉଥିବା ଚୀନ ମୃତ୍ୟୁ ସଂଖ୍ୟା ନେଇ ରିପୋର୍ଟ ଜାରି କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଆରମ୍ଭ କରି ବିଭିନ୍ନ ଦେଶ ସମାଲୋଚନାର କରିବା ପରେ ଚୀନ ପ୍ରଥମ ଥର ମୃତ୍ୟୁ ସଂଖ୍ୟା ନେଇ ରିପୋର୍ଟ ଜାରି କରିଛି। ଗତ ୩୦ ଦିନ ଭିତରେ ଦେଶର ହସ୍ପିଟାଲଗୁଡ଼ିକରେ ମୋଟ ୫୯,୯୩୮ ଜଣଙ୍କ ମୃତ୍ୟୁ କରୋନା ଯୋଗୁ ହୋଇଛି ବୋଲି ଚୀନ କହିଛି।
ଶନିବାର ଚୀନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ କହିଛି ଯେ ଡିସେମ୍ୱର ୮ରୁ ଜାନୁଆରୀ ୧୨ ମଧ୍ୟରେ ହସ୍ପିଟାଲରେ ମୃତ ଲୋକଙ୍କ ସଂଖ୍ୟା ୫୯,୯୩୮ ରହିଛି । କରୋନା ସଂକ୍ରମଣ ପରେ ଶ୍ୱାସକ୍ରିୟାରେ ଅସୁବିଧା ଯୋଗୁ ୫,୫୦୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ କରୋନା ସହ କ୍ୟାନସର ଏବଂ ହୃଦରୋଗ ଯୋଗୁ ୫୪,୪୩୫ ଜଣଙ୍କ ମୃତ୍ୟୁ ହୋଇଛି।ଏନେଇ ଚୀନର ସରକାରୀ ମିଡିଆରେ ଖବର ପ୍ରକାଶ ପାଇଛି।
ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ଖବର କାଗଜର ରିପୋର୍ଟରେ କୁହାଯାଇଛି ଯେ ମୃତକଙ୍କ ହାରାହାରି ବୟସ ୮୦.୩ ବର୍ଷ । ଚୀନ ନିଜର ଜିରୋ କୋଭିଡ୍ ପଲିସି ହଟାଇବା ପରେ ଦୈନିକ ସଂକ୍ରମଣ ଡାଟା ଜାରି କରିବା ବନ୍ଦ କରିଦେଇଛି। ଯାହାକୁ ନେଇ ପ୍ରାୟ ବିଭିନ୍ନ ଦେଶରେ ସମାଲୋଚନା ମଧ୍ୟ କରାଯାଇଥିଲା। ହେଲେ ଚୀନ ସବୁଥର ପରି ତଥ୍ୟ ଲୁଚାଇବାକୁ ଏପରି ନିଷ୍ପତ୍ତି ନେଇଥିଲା।
Comments are closed.