Latest Odisha News

BREAKING NEWS

ଇଂଟର ସ୍କୁଲ ଟୁର୍ଣ୍ଣାମେଂଟରେ ୫୦୮ ରନର ଐତିହାସିକ ଇନିଂସ ଖେଳିଲେ ୟଶ ଚାଭଡୋ

ମୁମ୍ବାଇ: ମୁମ୍ବାଇର ୧୩ ବର୍ଷୀୟ କ୍ରିକେଟ ଶନିବାର ୫୦୮ ରନର ଐତିହାସିକ ଇନିଂସ ଖେଳି ଚର୍ଚ୍ଚାକୁ ଆସିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଜୁନିୟର ଇଂଟର ସ୍କୁଲ ୧୪ ବର୍ଷରୁ କମ ଟୁର୍ଣ୍ଣାମେଂଟରେ ସେ ଏହି ଇନିଂସ ଖେଳିଛନ୍ତି । ସେ ତାଙ୍କ ଇନିଂସରେ ୧୭୮ ବଲର ସମ୍ମୁଖୀନ ହୋଇ ୮୧ ଚୌକା ଓ ୧୮ ଛକା ମାରିଥିଲେ । ତାଙ୍କ ଇନିଂସ ବଳରେ ସରସ୍ୱତୀ ବିଦ୍ୟାଳୟ ଟିମ ୪୦ ଓଭରରେ କୌଣସି ୱିକେଟନ ହରାଇ ୭୧୪ ରନର ଇନିଂସ ଖେଳିଥିଲା । ଜବାବରେ ସିଦ୍ଧେଶ୍ୱର ବିଦ୍ୟାଳୟ ଟିମ ୫ ଓଭରରେ ମାତ୍ର ୯ ରନରେ ଅଲଆଉଟ ହୋଇ ଯାଇଥିଲା ।

ଇଂଟର ସ୍କୁଲ ସୀମିତ ଓଭର ବିଶିଷ୍ଟ ମ୍ୟାଚରେ ପ୍ରଥମ ଭାରତୀୟ ଭାବେ ସେ ଏହି ରେକର୍ଡ କରିଛନ୍ତି । ଏହି କାଟାଗୋରୀରେ ଓଭରାଲ ଶ୍ରୀଲଙ୍କାର ଚିରଥ ସେଲୁପରମାଙ୍କ ନାମରେ ରେକର୍ଡ ରହିଛି । ସେ ୨୦୨୨ରେ ଶ୍ରୀଲଙ୍କାରେ ଅନୁଷ୍ଠିତ ଏକ ଟୁର୍ଣ୍ଣାମେଂଟରେ ୫୫୩ ରନର ଇନିଂସ ଖେଳିଥିଲେ ।

Leave A Reply

Your email address will not be published.