Latest Odisha News

BREAKING NEWS

୨୦୧୪ରୁ ଏ ପର୍ଯ୍ୟନ୍ତ ୨୨୦ କଳାକୃତି ଭାରତକୁ ଫେରିଛି: ସଂସ୍କୃତି ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏକ ଖୁସି ଖବର ଶେୟାର କରିଛି । ଏହା ଅନୁସାରେ ଭାରତ ୨୦୧୪ ପରଠାରୁ ଚୋରୀ ହୋଇଯାଇଥିବା ୨୨୦ରୁ ଅଧିକ କଳାକୃତି ବିଭିନ୍ନ ଦେଶରୁ ଫେରାଇ ଆଣିବାରେ ସଫଳ ହୋଇଛି । ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଟୁଇଟରେ ଉଲ୍ଲେଖ ରହିଛି ଯେ, ସ୍ୱାଧୀନତାରୁ ୨୦୧୪ ପର୍ଯ୍ୟନ୍ତ ୧୩ଟି ଉଦ୍ଧାର କରାଯାଇଥିବା ବେଳେ ଏହା ପରଠାରୁ ଏହା ବୃଦ୍ଧି ହୋଇ ୨୨୦ରେ ପଂହଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆନ୍ତରିକ ଉଦ୍ୟମ ଯୋଗୁ ଏହା ସଫଳ ହୋଇପାରିଛି ।

ମନ୍ତ୍ରଣାଳୟ ପକ୍ଷରୁ ଏକ ପୋଷ୍ଟର ମଧ୍ୟ ଦିଆଯାଇଛି, ଯେଉଁଥିରେ ଶୀର୍ଷକ ରହିଛି ବ୍ରିଙ୍ଗିଙ୍ଗ ଓଭର ହେରିଟେଜ ହୋମ । ଏହାର ଡାହଣ ଏବଂ ବାମ ପଟେ କେତୋଟି ଉଦ୍ଧାର କରାଯାଇଛି ତାର ସଂଖ୍ୟା ଉଲ୍ଲେଖ ରହିଛି । ଆଗକୁ ଏହି ଉଦ୍ୟମ ଜାରୀ ରହିବ ଏବଂ ଭାରତର କଳାକୃତି ଯେଉଁଠାରେ ଥାଉ ଆମ ଫେରିଆସିବ । ମନ୍ତ୍ରଣାଳୟ ପରୋକ୍ଷରେ ଏନଡିଏ ସରକାର କ୍ଷମତାକୁ ଆସିବା ପରେ ଅଧିକରୁ ଅଧିକ କଳାକୃତି ଫେରିଛି ବୋଲି କହିଛନ୍ତି ।

Leave A Reply

Your email address will not be published.