Latest Odisha News

BREAKING NEWS

ଆମେରିକା ରକ୍ଷା ବିଭାଗ ରିପୋର୍ଟ ଭାରତର ଚିନ୍ତା ବଢାଇଲା, ସୁଧୁରୁନି ଚୀନ

ନୂଆଦିଲ୍ଲୀ: ଆମେରିକା ରକ୍ଷା ବିଭାଗର ବାର୍ଷିକ ରିପୋର୍ଟ ଭାରତର ଚିନ୍ତା ବଢ଼ାଇଛି । ଏହି ରିପୋର୍ଟ ଅନୁସାରେ ଭାରତର ଏଲଏସି ନିକଟରେ ଚୀନ ଅତିରିକ୍ତ ସୈନ୍ୟ ବଳ ନିଯୁକ୍ତ କରିଛି । ଏହା ବ୍ୟତୀତ ଏଠାରେ ଅଣ୍ଡରଗ୍ରାଉଣ୍ଡ ଷ୍ଟୋରେଜ ଫାସିଲିଟି, ରାସ୍ତା, ହେଲିପ୍ୟାଡ ଓ କୃତ୍ରିମ ଗ୍ରାମ ସୃଷ୍ଟି କରି ଭାରତକୁ ଘେରିବାକୁ ଚେଷ୍ଟା କରୁଛି । ଅବଶ୍ୟ ଭାରତର ଗୋଇନ୍ଦା ବିଭାଗ ଚୀନର ଏହି ଷଡଯନ୍ତ୍ର ନେଇ ପୂର୍ବରୁ ସରକାର ଏବଂ ରକ୍ଷା ବିଭାଗକୁ ସତର୍କ କରାଇ ଦେଇଛନ୍ତି । ଏହାର ଜବାବରେ ଭାରତ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛି । ୩୪୮୮ କିଲୋମିଟର ପରିବ୍ୟାପ୍ତ ସୀମା ନେଇ ଏ ପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ ବୁଝାମଣା ହୋଇପାରି ନାହିଁ । ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଦ୍ରୁତ ବେଗରେ ସେନାର ଦକ୍ଷତା ବଢ଼ାଇବାରେ ଲାଗିଛନ୍ତି ।

୨୦୪୯ ସୁଦ୍ଧା ଚୀନର ସେନା ବିଶ୍ୱସ୍ତରର ହେବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବେଜିଂ ପାଖରେ ଏବେ ୫୦୦ରୁ ଅଧିକ ପରମାଣୁ ଅସ୍ତ୍ର ରହିଛି । ୨୦୨୩ ଶେଷ ସୁଦ୍ଧା ଏହାର ସଂଖ୍ୟା ୧୦୦୦ରେ ପଂହଚିବ ବୋଲି ଆଶଙ୍କା କରାଯାଉଛି । ଏହାର ଜବାବରେ ଭାରତ ପାଖରେ ୧୬୪ ଓ ପାକିସ୍ତାନ ନିକଟରେ ୧୭୦ ପରମାଣୁ ଅସ୍ତ୍ର ରହିଛି । ଆମେରିକା ଏବଂ ରୁଷ ପାଖରେ ଯଥାକ୍ରମେ ୫୨୪୪ ଓ ୫୮୮୯ ପରମାଣୁ ଅସ୍ତ୍ର ରହିଛି ।

Leave A Reply

Your email address will not be published.