ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକା ଡାଳେ ଡାଳେ ଗଲେ ଚୀନ ପତ୍ରେ ପତ୍ରେ ଯାଉଛି । ଚନ୍ଦ୍ରକୁ ଏକଚାଟିଆ ଅଧିକାର ସାବ୍ୟସ୍ତ ଲାଗି ଚୀନ୍ ବୈଜ୍ଞାନିକମାନେ ରାତିଦିନ ଏକ କରି ଗବେଷଣା କରୁଛନ୍ତି । ଏପରିକି ଅନ୍ୟ ଦେଶର ଟେକ୍ନୋଲୋଜି ମଧ୍ୟ ଚୋରି କରୁଛନ୍ତି । ଏଭଳି ଆଶଙ୍କା କରିଛନ୍ତି ନାସା ମୁଖ୍ୟ ବିଲ୍ ନେଲସନ୍ । BLOOMBERG ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁସାରେ ଏକ ସାକ୍ଷାତକାରରେ ଚୀନ ବିରୋଧରେ ଅନେକ ଗୁରୁତ୍ବପୂର୍ଣ୍ଣ କଥା ଖୁଲାସା କରିଛନ୍ତି ନେଲସନ । ଚୀନ ଏବେ ମହାକାଶକୁ କବଜା କରିବାକୁ ଚାହୁଁଛି । ଏବଂ ଅନ୍ୟ ଦେଶର ଉପଗ୍ରହକୁ କିପରି ନଷ୍ଟ କରିହେବ ସେ ବିଷୟରେ ଗବେଷଣା କରୁଛି । ଖାଲି ସେତିକି ନୁହେଁ ବର୍ଷ ବର୍ଷ ଧରି ଚୀନ୍ର ମହାକାଶ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଭାବେ ସାମରିକ ବୋଲି ସେ ଅଭିଯୋଗ କରିଛନ୍ତି।
ତେବେ ଏଭଳି ଅଭିଯୋଗକୁ ଚୀନ ଗ୍ରହଣ କରିନାହିଁ । ଏଥିରେ କିଛି ସତ୍ୟତା ନଥିବା କଥା କହିଛି ଚୀନ ।
ନେଲସନ ଆହୁରି କହିଛନ୍ତି ଯେ ମହାକାଶକୁ ନିଜ ନିୟନ୍ତ୍ରଣକୁ ନେବାପାଇଁ ଆଗାମୀ ଦିନରେ ଚୀନ ଅନ୍ୟ ଦେଶ ସହ ପ୍ରତିଦ୍ବନ୍ଦ୍ବିତା କରିବ । ଚୀନ ତାର ସାମରିକ ମହାକାଶ ଅଭିଯାନ କାର୍ଯ୍ୟକ୍ରମରେ ଚନ୍ଦ୍ରକୁ ପ୍ରାଥମିକତା ଦେଉଛି । ୨୦୩୫ ସୁଦ୍ଧା ଚୀନ ଚନ୍ଦ୍ରରେ ମୁନ୍ ଷ୍ଟେସନ ନିର୍ମାଣ କରିବ ବୋଲି ଚୀନର ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି ।
,ଏପରିକି ପୃଥିବି ଚାରିପଟେ ଘୁରିବୁଲୁଥିବା ସମସ୍ତ ଉପଗ୍ରହକୁ କିପରି ନିୟନ୍ତ୍ରଣ କରିହେବ ତାହା ମଧ୍ୟ ଚୀନର ପ୍ଲାନରେ ରହିଛି । ନେଲସନ୍ ଙ୍କ କହିବା କଥା ଚନ୍ଦ୍ରର ଦକ୍ଷିଣ ମେରୁରେ ପାଣି ଥିବା ସମ୍ଭାବନା ଅଛି । ତେଣୁ ସେଠାରେ କିଏ ଆଗ ପହଁଚିବ ତାକୁ ନେଇ ଚୀନ ବୈଜ୍ଞାନିକମାନଙ୍କ ଆଗରେ ଚାପ ରହିଛି । ଚୀନ୍ ବୈଜ୍ଞାନିକମାନେ ସବୁ ତଥ୍ୟ ଲୁଚାଉଥିବାରୁ ଏଭଳି ସନ୍ଦେହ ହେଉଥିବା ଆମେରିକୀୟ ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରି ଅନେକ ସମୟରେ ଏଭଳି ଅଭିଯୋଗ ଆଣୁଥିବାର ରିପୋର୍ଟ ପ୍ରକାଶ ପାଉଛି ।
Comments are closed.