Latest Odisha News

BREAKING NEWS

ମହିଳା ହକି ବିଶ୍ୱକପ: ଚୀନ ସହ ମ୍ୟାଚ ଡ୍ର ରଖିଲା ଭାରତ

ଆମଷ୍ଟେଲଭିନ: ଚଳିତ ମହିଳା ହକି ବିଶ୍ୱକପରେ ଭାରତ ମଙ୍ଗଳବାର ଚୀନ ବିପକ୍ଷ ମ୍ୟାଚକୁ ୧-୧ରେ ଡ୍ର ରଖିବାରେ ସଫଳ ହୋଇଛି । ଭାରତର ଏହା କ୍ରମାଗତ ଦ୍ୱିତୀୟ ଡ୍ର । ଗ୍ରୁପ ବି’ର ଏହି ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା । ଝେଙ୍ଗ ଜିଆଲି ଦ୍ୱିତୀୟ କ୍ୱାର୍ଟରରେ ଚମତ୍କାର ଗୋଲ ସ୍କୋର କରି ଚୀନକୁ ୧-୦ରେ ଅଗ୍ରଣୀ କରାଇଥିଲେ । ତୃତୀୟ କ୍ୱାର୍ଟରରେ ବନ୍ଦନା କାଟାରିୟା ଭାରତ ପକ୍ଷରୁ ଗୋଲ ସ୍କୋର କରି ମ୍ୟାଚକୁ ୧-୧ ସମାନ ସ୍ଥିତିକୁ ଆଣିଥିଲେ । ଏହା ପରେ ଶେଷ ପର୍ଯ୍ୟନ୍ତ ଉଭୟ ଦଳ ଉଦ୍ୟମ କରିଥିଲେ ମଧ୍ୟ ଗୋଲ ସ୍କୋର କରିବାରେ ସଫଳ ହୋଇପାରି ନ ଥିଲେ ।

ପୁଲ ବିରେ ଭାରତଠାରୁ ଅଧିକ ଗୋଲ ସ୍କୋର କରିଥିବାରୁ ଚୀନ ପ୍ରଥମ ସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ ଥିବା ଭାରତ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ଉପରେ ନଜର ରଖିଛି । ଏହା ପରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତ ରଣନୀତି ପ୍ରସ୍ତୁତ କରିବ ବୋଲି କହିଛି । ପ୍ରଭାବୀ ପ୍ରଦର୍ଶନ ପାଇଁ ବନ୍ଦନାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚନା କରାଯାଇଥିଲା ।

Leave A Reply

Your email address will not be published.