Latest Odisha News

BREAKING NEWS

ଚନ୍ଦ୍ରକୁ କବଜା କରିବାକୁ ଚାହୁଁଛି ଚୀନ! ଚୋରି କରୁଛି ଟେକ୍ନୋଲୋଜି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକା ଡାଳେ ଡାଳେ ଗଲେ ଚୀନ ପତ୍ରେ ପତ୍ରେ ଯାଉଛି ।  ଚନ୍ଦ୍ରକୁ ଏକଚାଟିଆ ଅଧିକାର ସାବ୍ୟସ୍ତ ଲାଗି ଚୀନ୍ ବୈଜ୍ଞାନିକମାନେ ରାତିଦିନ ଏକ କରି ଗବେଷଣା କରୁଛନ୍ତି ।  ଏପରିକି ଅନ୍ୟ ଦେଶର ଟେକ୍ନୋଲୋଜି ମଧ୍ୟ ଚୋରି କରୁଛନ୍ତି । ଏଭଳି  ଆଶଙ୍କା କରିଛନ୍ତି ନାସା ମୁଖ୍ୟ  ବିଲ୍ ନେଲସନ୍‌ । BLOOMBERG ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁସାରେ ଏକ ସାକ୍ଷାତକାରରେ ଚୀନ ବିରୋଧରେ ଅନେକ ଗୁରୁତ୍ବପୂର୍ଣ୍ଣ କଥା ଖୁଲାସା କରିଛନ୍ତି ନେଲସନ । ଚୀନ ଏବେ ମହାକାଶକୁ କବଜା କରିବାକୁ ଚାହୁଁଛି । ଏବଂ ଅନ୍ୟ ଦେଶର ଉପଗ୍ରହକୁ କିପରି ନଷ୍ଟ କରିହେବ ସେ ବିଷୟରେ ଗବେଷଣା କରୁଛି । ଖାଲି ସେତିକି ନୁହେଁ ବର୍ଷ ବର୍ଷ ଧରି  ଚୀନ୍‌ର ମହାକାଶ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଭାବେ ସାମରିକ ବୋଲି ସେ ଅଭିଯୋଗ କରିଛନ୍ତି।

ତେବେ ଏଭଳି ଅଭିଯୋଗକୁ ଚୀନ ଗ୍ରହଣ କରିନାହିଁ । ଏଥିରେ କିଛି ସତ୍ୟତା ନଥିବା କଥା କହିଛି ଚୀନ ।

ନେଲସନ ଆହୁରି କହିଛନ୍ତି ଯେ ମହାକାଶକୁ  ନିଜ ନିୟନ୍ତ୍ରଣକୁ ନେବାପାଇଁ ଆଗାମୀ ଦିନରେ ଚୀନ ଅନ୍ୟ ଦେଶ ସହ  ପ୍ରତିଦ୍ବନ୍ଦ୍ବିତା କରିବ ।  ଚୀନ ତାର ସାମରିକ ମହାକାଶ ଅଭିଯାନ କାର୍ଯ୍ୟକ୍ରମରେ ଚନ୍ଦ୍ରକୁ ପ୍ରାଥମିକତା ଦେଉଛି ।  ୨୦୩୫ ସୁଦ୍ଧା ଚୀନ ଚନ୍ଦ୍ରରେ ମୁନ୍ ଷ୍ଟେସନ ନିର୍ମାଣ କରିବ ବୋଲି ଚୀନର ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି ।

,ଏପରିକି ପୃଥିବି ଚାରିପଟେ ଘୁରିବୁଲୁଥିବା ସମସ୍ତ ଉପଗ୍ରହକୁ କିପରି ନିୟନ୍ତ୍ରଣ କରିହେବ ତାହା ମଧ୍ୟ ଚୀନର ପ୍ଲାନରେ ରହିଛି ।  ନେଲସନ୍ ଙ୍କ କହିବା କଥା  ଚନ୍ଦ୍ରର ଦକ୍ଷିଣ ମେରୁରେ ପାଣି ଥିବା ସମ୍ଭାବନା ଅଛି । ତେଣୁ ସେଠାରେ କିଏ ଆଗ ପହଁଚିବ ତାକୁ ନେଇ ଚୀନ ବୈଜ୍ଞାନିକମାନଙ୍କ ଆଗରେ ଚାପ ରହିଛି ।  ଚୀନ୍ ବୈଜ୍ଞାନିକମାନେ ସବୁ ତଥ୍ୟ ଲୁଚାଉଥିବାରୁ ଏଭଳି ସନ୍ଦେହ ହେଉଥିବା  ଆମେରିକୀୟ ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରି ଅନେକ ସମୟରେ ଏଭଳି ଅଭିଯୋଗ ଆଣୁଥିବାର  ରିପୋର୍ଟ ପ୍ରକାଶ ପାଉଛି ।

 

Leave A Reply

Your email address will not be published.