Latest Odisha News

BREAKING NEWS

ନଭେମ୍ବର ସୁଦ୍ଧା ସର୍ବସାଧାରଣଙ୍କୁ ମିଳିବ ଚୀନର କରୋନା ଟିକା!

ବେଜିଂ: ଆସନ୍ତା ନଭେମ୍ବର ସୁଦ୍ଧା ଚୀନ ଦ୍ୱାରା ପ୍ରସ୍ତୁତ କରୋନା ଟିକା ସର୍ବସାଧାରଣ ଲାଗି ଉପଲବ୍ଧ ହେବ ବୋଲି ସରକାର ଦାବି କରିଛନ୍ତି ।

ଏସମ୍ପର୍କରେ ଚାଇନିଜ୍ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେସନ୍ (ସିଡିସି)ର ମୁଖ୍ୟ ଗୁଜେନ୍ ୟୁ କହିଛନ୍ତି ଯେ ଏବେ ସୁଦ୍ଧା ଚୀନରେ ୪ଟି କରୋନା ଟିକାର ବିକାଶ କରାଯାଇଛି । ଯେଉଁଗୁଡିକ ୩ୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷଣ ସ୍ତରରେ ରହିଛନ୍ତି ।

ଏହି ଟିକା ଗୁଡିକ ମଧ୍ୟରୁ ୩ଟିକୁ ଗତ ଜୁଲାଇରେ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବର ସୁଦ୍ଧା ଏହା ସର୍ବସାଧାରଣ ଲାଗି ଉପଲବ୍ଧ ହୋଇପାରିବ ।

ଆହୁରି ମଧ୍ୟ ସେ ଦାବି କରିଛନ୍ତି ଯେ ଗତ ଏପ୍ରିଲ୍‌ରେ ସେ ମଧ୍ୟ କରୋନା ଟିକା ନେଇଥିଲେ ହେଲେ ତାଙ୍କ ଶରୀରରେ କୌଣସି ପ୍ରତିକ୍ରିୟା ଦେଖା ଦେଇନାହିଁ ।

Leave A Reply

Your email address will not be published.