Latest Odisha News

BREAKING NEWS

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର: ଆଜି ବସିଥିବା କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବ ଉପରେ ଲାଗିଛି ମୋହର । ଓଡିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଧେୟକକୁ ମଂଜୁରୀ ମିଳିଛି। ଏହା ନିୟମିତ କର ପୈଠ କରୁଥିବା ବ୍ୟକ୍ତିଙ୍କ ପାଇଁ ସୁବିଧା ପାଇଁ ଏଥିରେ ବ୍ୟବସ୍ଥା ରହିଥିବା ବେଳେ ଏହାକୁ ଖିଲାପ କରୁଥିବା ବ୍ୟକ୍ତିଙ୍କ ପାଇଁ ଶାସ୍ତି ବ୍ୟବସ୍ଥା ରହିଛି ।

ସେହିପରି ଓଡିଶା ଲୋକାଲ ଫଣ୍ଡ ଅଡିଟ୍ର ସଂଶୋଧନ ପ୍ରସ୍ତାବକୁ ମିଳିଛି ମଂଜୁରୀ । ଅନ୍ୟପଟେ ବାଲେଶ୍ୱର ଜିଲ୍ଲାର ଜାତୀୟ ରାଜପଥ ୧୬ର ହଳଦୀପଡାଠାରୁ ଭାୟା ବାଲିଆପାଳ ଦେଇ ସୀମାରେ ୩୬ କିଲୋମିଟର ଠାରେ ସୁବର୍ଣ୍ଣରେଖା ନଦୀଠାରେ ଏକ ଉଚ୍ଚ ସେତୁ ନିର୍ମାଣ ପାଇଁ ନିଷ୍ପତି ନିଆଯାଇଛି ।

ବାଲିଆପାଳ ବ୍ଲକର ଜାମକୁଣ୍ଡ ଓ ଭୋଗରାଇ ବ୍ଲକର ଅଡଙ୍ଗପନ୍ତେଇକୁ ଏହି ସେତୁ ସଂଯୋଗ କରିବ । ଏହାର ଦୈର୍ଘ୍ୟ ୯୯୩.୧୨ ମିଟର ଓ ପ୍ରସ୍ଥ ୬୨.୦୭ ମିଟର ହେବ । ଏଥି ପାଇଁ ୧୩୮ କୋଟି ୭୪ ଲକ୍ଷ ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ରହିଥିବା ବେଳେ ୩୦ ମାସ ମଧ୍ୟରେ ଏହାର କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏହି ସେତୁ ନିର୍ମାଣ ଯୋଗୁଁ ବାଲିଆପାଳ ଓ ଭୋଗରାଇ ବ୍ଲକ ସହ ଯୋଗାଯୋଗର ସୁବିଧା ହେବ ।

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.