Latest Odisha News

BREAKING NEWS

ଚୀନରେ ମଙ୍କି ଭାଇରସ ସଂକ୍ରମିତଙ୍କ ମୃତ୍ୟୁ

ବେଜିଂ: କରୋନା ମହାମାରୀ ତାଣ୍ଡବ ରଚି ଚାଲିଥିବା ବେଳେ ମଙ୍କି ଭାଇରସ ବି ଲୋକଙ୍କୁ ଭୟଭୀତ କରାଇଛି । ଚୀନରେ ମଙ୍କି ଭାଇରସରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ରବିବାର ଗ୍ଲୋବାଲ ଟାଇମ୍ସ ଏହା ସ୍ପଷ୍ଟ କରିଛି । ମୃତ ବରଣ କରିଥିବା ସଂକ୍ରମିତ ଏକ ପଶୁ ଚିକିତ୍ସକ ଥିଲେ । ମାର୍ଚ୍ଚରେ ୨ଟି ମାଙ୍କଡ ଶବ ବ୍ୟବଚ୍ଛେଦ କରିବା ପରେ ହଠାତ ତାଙ୍କ ଦେହ ଖରାପ ହୋଇଥିଲା ।

୨୭ ମେରେ ତାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଏହାକୁ ଚୀନ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ମଙ୍କି ଭାଇରସର ଏହା ପ୍ରଥମ ମାନବ ସଂକ୍ରମଣ ଭାବେ ବିବେଚନା କରାଯାଉଛି । ଏହି ଭାଇରସ ଶାରୀରିକ ସମ୍ପର୍କ ଯୋଗୁ ବ୍ୟାପିଥାଏ । ୧୯୩୨ରେ ଏହାର ପ୍ରଥମ କେସ ସାମ୍ନାକୁ ଆସିଥିଲା । ସବୁଠାରୁ ଚିନ୍ତାର ବିଷୟ ଏହାର ମୃତ୍ୟୁ ହାର ୭୦ରୁ ୮୦ ପ୍ରତିଶତ ରହିଛି ।

Leave A Reply

Your email address will not be published.