Latest Odisha News

BREAKING NEWS

ଚୀନ ପ୍ରତି ଭାରତର କଡା ଆଭିମୁଖ୍ୟ, ଅପହୃତ ଯୁବକଙ୍କୁ ତୁରନ୍ତ ଫେରାଅ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରୁ ଭାରତର ଏକ ନାବାଳକଙ୍କୁ ଚୀନ ସେନା ଉଠାଇ ନେଇଛି । ଏ ନେଇ ଉତେଜନା ପ୍ରକାଶ ପାଇଛି । ଅରୁଣାଚଳ ପ୍ରଦେଶ ବିଜେପି ସାଂସଦଙ୍କ ମତରେ ଉକ୍ତ ଯୁବକଙ୍କ ନାମ ମିରାମ ତୋରାନ ଓ ତାଙ୍କ ବୟସ ୧୭ । ଏ ନେଇ ଭାରତ କଡା ଆଭିମୁଖ୍ୟ ଗ୍ରହଣ କରି ତୁରନ୍ତ ଉକ୍ତ ଯୁବକଙ୍କୁ ଫେରାଇ ଦେବା ପାଇଁ ଚୀନକୁ କହିଛି । ଚୀନ ସେନା ଭାରତୟ ସୀମାରେ ପ୍ରବେଶ କରି ୨ଜଣ ନାଗରିକଙ୍କୁ ଅପହରଣ କରି ନେଇଥିଲା । ଜଣେ ବ୍ୟକ୍ତି ସେମାନଙ୍କ କବଳରୁ ଖସି ଆସି ଏହି ସୂଚନା ଦେଇଥିଲା ।

ଶିଆଙ୍ଗ ନଦୀ କୂଳରେ ଏହି ଯୁବକଙ୍କୁ ବୁଲୁଥିବା ଦେଖି କୌଣସି ଉପଯୁକ୍ତ କାରଣ ନ ଦର୍ଶାଇ ଉଠାଇ ନେଇଥିଲା । ପୂର୍ବରୁ ୫ଜଣ ବ୍ୟକ୍ତିଙ୍କୁ ଚୀନ ସେନା ନେବା ପରେ ଛାଡି ଦେଇଥିଲା ।

Comments are closed, but trackbacks and pingbacks are open.