Latest Odisha News

BREAKING NEWS

ବୁଲିବାଇ ଆପ୍: ଓଡ଼ିଶାରୁ ଜଣେ ଗିରଫ!

ଭୁବନେଶ୍ୱର:ବହୁ ଚର୍ଚ୍ଚିତ ତଥା ବିବାଦୀୟ ବୁଲିବାଇ ଆପ୍ ମାମଲା  । ଏହି ମାମଲାରେ ଓଡ଼ିଶାରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ମୁମ୍ବାଇ ପୋଲିସ । ଓଡ଼ିଶାରୁ ଜଣକୁ ଗିରଫ ନେଇ ANI ସୂତ୍ରରୁ ସୂଚନା ମିଳିଛି ।

ମୁମ୍ବାଇ ପୋଲିସ୍ ର ସାଇବର ସେଲକୁ ମିଳିଥିବା ଅଭିଯୋଗ ପରଠାରୁ ସାଇବର ସେଲ୍ ଏହି ମାମଲାରେ ଯାଞ୍ଚ ଜାରି ରଖିଛି । ଅଭିଯୋଗ ଅନୁଯାୟୀ ‘ବୁଲିବାଇ’ ଏମିତି ଏକ ଆପ୍ ଯାହାଦ୍ୱାରା ଜଣାଶୁଣା ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାଙ୍କ ଫଟୋକୁ ପୋଷ୍ଟ କରାଯାଇ ସେମାନଙ୍କର ନିଲାମୀ କରାଯାଉଥିଲା । ଏହି ମାମଲାରେ ଅନେକ ଲୋକ ପ୍ରଶ୍ନ ଉଠାଇଥିଲେ ଏବଂ ଅଭିଯୋଗ କରିଥିଲେ ।

ଏହାପରେ ମୁମ୍ବାଇ ସାଇବର ସେଲ୍ ଅଜ୍ଞାତ ବ୍ୟକ୍ତିିଙ୍କ ବିରୋଧରେ ଆଇପିସି ଧାରା ୩୫୪ଡି, ୫୦୯, ୫୦୦, ୧୫୩ଏ,୨୯୫ଏ, ୧୫୩ବି, ଆଇଟି ଧାରା ୬୭ ଅନୁଯାୟୀ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା । ଗିଟ୍ ହବ୍ ରେ ବୁଲିବାଇ ତିଆରି କରିଥିବା କ୍ରିଏଟରକୁ ଦିଲ୍ଲୀ ପୋଲିସ୍ ଗିରଫ କରିଛି ।

Comments are closed, but trackbacks and pingbacks are open.