Latest Odisha News

BREAKING NEWS

ଏହି ଚାଇନା ଟିକା ଶିଶୁଙ୍କ ଲାଗି ଅଧିକ ନିରାପଦ ଓ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଦି ଲାନସେଟ୍ ସଂକ୍ରମଣ ରୋଗ ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଚାଇନାରେ ନିର୍ମିତ କରୋନା ଟିକା, କରୋନାଭ୍ୟାକ୍‌ର ଦୁଇଟି ଡୋଜ୍ ସୁରକ୍ଷିତ ଏବଂ ପ୍ରଭାବଶାଳୀ। ଏହା ବିଶେଷ କରି ଏବଂ ୩ରୁ ୧୭ ବର୍ଷ ବୟସର ଶିଶୁ ଏବଂ କିଶୋରମାନଙ୍କ ମଧ୍ୟରେ ଆଣ୍ଟିବଡି ପ୍ରତିକ୍ରିୟା ସୃଷ୍ଟି କରିଥାଏ। ଏହା ଶିଶୁ ଏବଂ କିଶୋରମାନଙ୍କ ପାଇଁ ଅଧିକ ନିରାପଦ ଓ ପ୍ରଭାବଶାଳୀ ବୋଲି ସୂଚନା ମିଳିଛି।

ପ୍ରଥମ ପର୍ଯ୍ୟାୟରେ ୫୫୦ ଯୁବକଙ୍କ ଉପରେ ଏହି ପରୀକ୍ଷଣ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ‌ଯେ ୯୬ ପ୍ରତିଶତରୁ ଅଧିକ ଶିଶୁ ଏବଂ କିଶୋର, ଯେଉଁମାନେ ସିନୋଭାକ୍ ଦ୍ବାରା ନିର୍ମିତ ଟିକା ଗ୍ରହଣ କରିଥିଲେ, ସେମାନଙ୍କଠାରେ କରୋନା ଭୂତାଣୁ ବିରୁଦ୍ଧରେ ଆଣ୍ଟିବଡି ବିକଶିତ ହୋଇଥିଲା।

ଅଧିକାଂଶ ପ୍ରତିକୂଳ ପ୍ରତିକ୍ରିୟା ସାମାନ୍ୟ ବା ମଧ୍ୟମ ଧରଣର ଥିବା ରିପୋର୍ଟରୁ ଜଣାପଡ଼ିଥିଲା।

Comments are closed.