ଇସ୍ତାନବୁଲ: ତୁର୍କୀର ଇସ୍ତାନବୁଲ ବିମାନବନ୍ଦରରେ ଚୀନର ଜଣେ ନାଗରିକ ଜାପାନର ଏକ ଦୁର୍ଲଭ ମଦ ବୋତଲ କିଣିବା ପାଇଁ ୪ କୋଟି ଟଙ୍କା ଖର୍ଚ୍ଚ କରି ଦେଇଥିଲେ । ଚୀନ ନାଗରିକ ଯେତେବେଳେ ବିମାନବନ୍ଦରରେ ଡ୍ୟୁଟି ଫ୍ରି ଶପରେ ଏହି ମଦ ବୋତଲକୁ ଦେଖିଲେ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହାର ମୂଲ୍ୟ ୪.୧୪ କୋଟି ଟଙ୍କା ରଖା ଯାଇଥିଲା । ୫୫ ବର୍ଷ ତଳର ୟାମାଜାକିନାମକ ଏହି ମଦ ସେ ସମୟରେ ବହୁତ ଚାହିଦା ରହିଥିଲା । ଏହା ଅଳ୍ପ ସଂଖ୍ୟକ ପ୍ରସ୍ତୁତ କରାଯାଇଥିବାରୁ ଦିନକୁ ଦିନ ଏହା ମୁଲ୍ୟବାନ ହୋଇ ପଡୁଛି ।
ନିଲାମରେ ଚୀନ ନାଗରିକଜଣଙ୍କ ଅନ୍ୟ ୭ଲୋକଙ୍କ ପଛରେ ପକାଇ ଏହାକୁ କିଣିଥିଲେ । ମଦ ବୋତଲକୁ ଜାପାନର ମିଜୁନାରା କାଠରେ ନିର୍ମିତ ଏକ ସ୍ୱତନ୍ତ୍ର ବକ୍ସରେ ରଖଯାଇଥିଲା । ମଦ ବୋତଲରୁ ଚନ୍ଦନର ବାସ୍ନା ଆସିଥାଏ । ଏହା ବୁଦ୍ଧଙ୍କ ମୂର୍ତି ପରି ଶାନ୍ତ ଓ ରହସ୍ୟମୟ ବୋଲି କିଣିଥିବା ବ୍ୟକ୍ତିଜଣକ କହିଛନ୍ତି ।
Comments are closed.