Latest Odisha News

BREAKING NEWS

ଇଣ୍ଟରନେଟ୍‌ ସେନ୍ସେସନ ପାଲଟିଛି ଡୋନାଲ୍ଡ ଟ୍ରମ୍ପଙ୍କ ବୌଦ୍ଧ ଅବତାର

ନୂଆଦିଲ୍ଲୀ: ଚାଇନାର ଆସବାବପତ୍ର ନିର୍ମାତା ହଙ୍ଗ ଜିନ୍ସି ଗତ ବର୍ଷ ବୌଦ୍ଧ ପୋଷାକରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧ୍ୟାନ କରୁଥିବାର ଦୁଇଟି ପ୍ରତିମୂର୍ତ୍ତି ତିଆରି କରିଥିଲେ। ଏଥିରେ ଟ୍ରମ୍ଫ୍‌ ବୁଦ୍ଧ ବସ୍ତ୍ର ପରିଧାନ କରି ଧ୍ୟାନ କରୁଥିବା ଦେଖିବାକୁ ମିଳିଥିଲା। ଯାହା ପରବର୍ତ୍ତୀ ସମୟରେ ବେଶ୍‌ ପ୍ରଶଂସା ସାଉଁଟିଥିଲା।

ଛଅ ମାସ ପରେ, ହଙ୍ଗ ବୁଦ୍ଧ ବସ୍ତ୍ର ପରିଧାନ କରିଥିବା ଟ୍ରମ୍ପଙ୍କ ୨୫୦ ପ୍ରତିମୂର୍ତ୍ତି ତିଆରି କରି ରେକର୍ଡ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଯାହା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।

୨୦୦ ଟି ପ୍ରତିମୂର୍ତ୍ତି ପାଇଁ ହଙ୍ଗଙ୍କୁ ଚୀନ୍ ଏବଂ ବିଦେଶରୁ ଅର୍ଡର ପାଇଛନ୍ତି। ବୌଦ୍ଧ ଧର୍ମର ଦୁଇଟି ଉଗ୍ରବାଦ ଏବଂ ଜଣେ ପୂର୍ବତନ ନେତାଙ୍କ ଦ୍ବାରା ହଙ୍ଗ ଅନୁପ୍ରାଣିତ ହୋଇଥିବା କହିଛନ୍ତି ହଙ୍ଗ୍‌।

ଏକ ୧୬ ସେମି ଷ୍ଟାଚ୍ୟୁର ମୂଲ୍ୟ ୧୫୨.୨୨ ଡଲାର୍ ହୋଇଥିବାବେଳେ ୪୬ ସେମି ପ୍ରତିମୂର୍ତ୍ତିର ମୂଲ୍ୟ ୨୦୦୦୦ ୟୁଆନ୍ ରହିଛି।

ବିକ୍ରୟ ଅଧିକ ହେବ ବୋଲି ହଙ୍ଗ କହିଛନ୍ତି ଏହି ପ୍ରକଳ୍ପ ତାଙ୍କୁ ବହୁତ ଖୁସି ଆଣିଛି।

Comments are closed.