Latest Odisha News

BREAKING NEWS

ଲଦାଖର ପାୱାର ଗ୍ରୀଡକୁ ଟାର୍ଗେଟ କରୁଥିଲେ ଚାଇନା ହ୍ୟାକର !

ନୂଆଦିଲ୍ଲୀ: ଲଦାଖର ପାୱାର ଗ୍ରୀଡକୁ ହ୍ୟାକ କରି ଅଚଳ କରିବା ପାଇଁ ଚାଇନା ହ୍ୟାକର ଉଦ୍ୟମ କରୁଥିବା ଖବର ହସ୍ତଗତ ହୋଇଛି । କେନ୍ଦ୍ରମନ୍ତ୍ରୀ ଆରକେ ସିଂ ଏହି ତଥ୍ୟ ଉଜାଗର କରିଛନ୍ତି । ତେବେ ଏହାକୁ ଆମ ଇଂଜିନିୟରମାନେ ସଫଳତାର ସହ ଅକାମୀ କରିଥିଲେ ବୋଲି ସେ କହିଛନ୍ତି । ଅଗଷ୍ଟରୁ ମାର୍ଚ୍ଚ ମଧ୍ୟରେ ଗୋଟିଏ ଏବଂ ନିକଟରେ ସେମାନେ ଏହି ହୀନ ଉଦ୍ୟମ କରିଛନ୍ତି ।

ସାଇବର ଆକ୍ରମଣକୁ ରୋକିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଚୀନର ଲୋଲୁପ ଆଖି ଏବେ ବି ଲଦାଖରେ ରହିଛି । ସ୍ଥାନୀୟ ବାସିନ୍ଦା ଏବଂ ସୁରକ୍ଷାକର୍ମୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ସେମାନଙ୍କୁ ରୋକା ଯାଇପାରୁଛି ।

Leave A Reply

Your email address will not be published.