Latest Odisha News

BREAKING NEWS

ଚିପ୍ସ ଓ ଗୁଟଖା ଜରି ଟ୍ରେନ୍ ବିଳମ୍ବର କାରଣ!

ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରାରେ ଖାଦ୍ୟ ଖାଇବା ଏବଂ ରାସ୍ତାରେ ଦୃଶ୍ୟ ଉପଭୋଗ କରିବା ଯାତ୍ରାକୁ ଆହୁରି ସହଜ କରିଥାଏ। ଯଦି ଟ୍ରେନ୍ ମଝି ରାସ୍ତାରେ ଅଟକିଯାଏ ଏବଂ ବିଳମ୍ୱ କରେ ତେବେ ଯାତ୍ରା ବହୁତ ବିରକ୍ତିକର ଏବଂ କ୍ଳାନ୍ତିକର ହୋଇଯାଏ।

ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଟ୍ରେନ୍ ବିଳମ୍ୱ ହେବାର କାରଣ ହେଉଛି ଗୁଟଖା ଓ ଚିପ୍ସ। ଭାରତୀୟ ରେଳବାଇ ଦ୍ୱାରା କରାଯାଇଥିବା ଏକ ତଦନ୍ତ ଦ୍ୱାରା ଏହା ଜଣାପଡ଼ିଛି।

ସାରା ଦେଶରେ ରେଳ ନେଟୱାର୍କ ୭୦,୦୦୦ କିଲୋମିଟରରୁ ଅଧିକ ବ୍ୟାପିଛି। କେବଳ ଯାତ୍ରୀବାହୀ ଟ୍ରେନ୍ ୧୩,୦୦୦ ରୁ ଅଧିକ। ଏଥିମଧ୍ୟରୁ ପ୍ରାୟ ୪୦୦୦ ପ୍ରିମିୟମ୍ ଟ୍ରେନ୍ (ଯେପରିକି ବନ୍ଦେ ଭାରତ, ଶତାବ୍ଦୀ ଏବଂ ରାଜଧାନୀ) ଏବଂ ମେଲ୍ ଏକ୍ସପ୍ରେସ୍ ଟ୍ରେନ୍। ଯାତ୍ରୀମାନଙ୍କ ଦାୟିତ୍ୱହୀନ କାର୍ଯ୍ୟ ଯୋଗୁଁ ଏହି ଟ୍ରେନ୍ ଗୁଡ଼ିକ ପ୍ରାୟତଃ ବିଳମ୍ବ ହୁଏ।

ସମ୍ପ୍ରତି ଭାରତୀୟ ରେଳବାଇର ବରିଷ୍ଠ ଅଧିକାରୀମାନେ ରେଳ ଟ୍ରାକ୍ ଯାଞ୍ଚ କରିଥିଲେ। ଟ୍ରାକ୍ ପାଖରେ ମିଳୁଥିବା ସବୁଠାରୁ ଅଧିକା ଅଳିଆ ରହିଥିଲା ଗୁଟଖା ପାଉଚ୍। ଏହା ବ୍ୟତୀତ ଚିପ୍ସ ପାଉଚ୍ ମିଳିଥିଲା।

ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଯାତ୍ରୀମାନେ ପ୍ରାୟତଃ ଗୁଟଖା ପ୍ୟାକେଟ ଝରକା ବାହାରକୁ ଫିଙ୍ଗି ଦିଅନ୍ତି। ପ୍ରାୟତଃ ଏହି ପାଉଚ୍ ଗୁଡିକ ଟ୍ରାକ୍ ଉପରେ ପଡ଼ିଯାଏ କିମ୍ବା ପଛକୁ ଉଡ଼ିଯାଏ। ଟ୍ରେନ୍ ଗୁଡିକ ଟ୍ରାକ୍ ଦେଇ ଯିବା ସମୟରେ ଏହି ପାଉଚ୍ ଗୁଡିକ ପ୍ରାୟତଃ ସିଗନାଲରେ ଫସିଯାଏ ଯାହା ଫଳରେ ସେଗୁଡିକ ବିଫଳ ହୁଏ। ଟ୍ରେନ ମାନୁଆଲ୍ ଅନୁସାରେ ଟ୍ରେନକୁ ସେହି ସ୍ଥାନରେ ଅଟକାଇବାକୁ ବାଧ୍ୟତାମୂଳକ ହୋଇଥିବାରୁ ଟ୍ରେନଟି ଅଟକିଯାଏ। ଫଳରେ ଏହା ପଛରେ ଥିବା ଟ୍ରେନକୁ ମଧ୍ୟ ଅଟକାଇ ଦିଏ।

 

Comments are closed.