Latest Odisha News

BREAKING NEWS

ଆଚାର୍ଯ୍ୟ ପରେ ଚିରଞ୍ଜୀବଙ୍କ ଗଡଫାଦର ଫିଲ୍ମ ପ୍ରତି ଆଗ୍ରହ ଦେଖାଉ ନାହାନ୍ତି ଡିଷ୍ଟ୍ରିବ୍ୟୁଟର

ମାଡ୍ରାସ: ଦକ୍ଷିଣ ଭାରତର ମେଗାଷ୍ଟାର ଚିରଞ୍ଜୀବଙ୍କ ଆଗାମୀ ଫିଲ୍ମ ଗଡଫାଦରକୁ ନେବା ପାଇଁ ଡିଷ୍ଟ୍ରବ୍ୟୁଟର ରାଜି ହେଉ ନାହାନ୍ତି । ୫ ଅକ୍ଟୋବରରେ ଏହି ଫିଲ୍ମ ରିଲିଜ ହେବାକୁ ଥିଲେ ମଧ୍ୟ ଏହାକୁ ଘୁଂଚାଇ ଦିଆଯାଇଛି । ଚିରଞ୍ଜୀବଙ୍କ ୪୦ ବର୍ଷ ଫିଲ୍ମ କ୍ୟାରିୟରରେ ପ୍ରଥମ ଥର ପାଇଁ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ନିକଟରେ ରିଲିଜ ହୋଇଥିବା ଆଚାର୍ଯ୍ୟ ଫିଲ୍ମ ବକ୍ସ ଅଫିସରେ ସମ୍ପୂର୍ଣ୍ଣ ଭାବେ ଧରାଶାୟୀ ହୋଇଥିଲା । ଏଥିରେ ଡିଷ୍ଟ୍ରିବ୍ୟୁଟରଙ୍କ ପ୍ରଚୁର ଅର୍ଥ ପାଣିରେ ପଡିଥିଲା । ସେମାନେ ପୁନର୍ବାର ଚିରଞ୍ଜୀବଙ୍କ ଆଉ ଏକ ବିଗ ବଜେଟ ଫିଲ୍ମକୁ ନେବା ପାଇଁ ଭୟ କରୁଛନ୍ତି ।

୧୪୦ କୋଟି ବଜେଟରେ ନିର୍ମିତ ଆଚାର୍ଯ୍ୟ ମାତ୍ର ୭୦ କୋଟି ଆୟ କରିପାରିଥିଲା । ମେକର୍ସ ଓ ଡିଷ୍ଟ୍ରିବ୍ୟୁଟର୍ସଙ୍କ ପ୍ରଚୁର କ୍ଷତି ହେବା ପରେ ଚିରଞ୍ଜୀବ ମେକର୍ସଙ୍କୁ ତାଙ୍କ ଫିସର ଅଧା ଫେରସ୍ତ କରି ଦେଇଥିଲେ । ଡିଷ୍ଟିବ୍ୟୁଟର୍ସ ଫିଲ୍ମକୁ ହଲରେ ପଂହଚାଇଥାନ୍ତି । ଏଥିପାଇଁ ସେମାନେ ମୋଟା ଅଙ୍କର ଅର୍ଥ ପ୍ରଥମେ ମେକର୍ସଙ୍କୁ ଦେଇଥାନ୍ତି । ଫିଲ୍ମ ଫ୍ଲପ ହେଲେ ବେଶୀ କ୍ଷତି ଡିଷ୍ଟିବ୍ୟୁଟର୍ସଙ୍କୁ ହୋଇଥାଏ ।

Leave A Reply

Your email address will not be published.