Latest Odisha News

BREAKING NEWS

ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସ୍ତରୀୟ ସମ୍ମିଳନୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ସ୍ଥିତ ଗଡ଼ଜାତଭବନ ଠାରେ ନିଖିଳ ଉତ୍କଳ ଅନୁଦାନ ପ୍ରାପ୍ତ ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଏହି ସମ୍ମିଳନୀରେ ରାଜ୍ୟ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦୁଇ ଦଫା ଦାବି ଉପସ୍ଥାପନ କରାଯାଇଛି । ଅବସରକାଳୀନ ପେନସନ ଓ ଚାକିରୀ ଜନିତ ସର୍ତ୍ତାବଳୀ ଭଳି ଦାବି ଉପସ୍ଥାପନ କରିଛି ସଂଘ । ଏହି କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ସଭାପତି ମାନସ ପୁରୋହିତଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶିକ୍ଷକ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ସରକାର ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘର ଦାବି ପୂରଣ ନକଲେ ଆଗାମୀ ଦିନରେ କଲେଜ ଗୁଡ଼ିକରେ ଶିକ୍ଷକ ଓ କର୍ମଚାରୀ ଶୂନ୍ୟ ହୋଇଯିବ ବୋଲି ସଂଘ ଚେତାବନୀ ଦେଇଛନ୍ତି । ତୁରନ୍ତ ରାଜ୍ୟ ସରକାର ହଜାର ହଜାର ଶିକ୍ଷକ ଓ କର୍ମଚାରୀ ମାନଙ୍କର ଦାବିକୁ ପୂରଣ କରିବା ପାଇଁ ସେମାନେ ନିବେଦନ କରିଛନ୍ତି ।

Leave A Reply

Your email address will not be published.