Latest Odisha News

BREAKING NEWS

କାଠ ଭର୍ତ୍ତି ଗାଡ଼ି ଜବତ, ୨ ଗିରଫ

ସୁବର୍ଣ୍ଣପୁର: କାଠ ବୋଝେଇ ଗାଡ଼ି ଜବତ । ମାମଲାରେ ୨ ଜଣ ଗିରଫ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ମହାନଦୀ ବ୍ରିଜ୍ ଉପରେ ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଏକ ଟାଟା ଏସି ଦ୍ରୁତଗତିରେ ଉଲୁଣ୍ଡା ପଟୁ ଆସୁଥିବା ବେଳେ ଅଟକାଇ ଥିଲେ ବନ ବିଭାଗ କର୍ମଚାରୀ ।

ଯାଞ୍ଚ ବେଳେ ଗାଡ଼ିରୁ ୨୩ ଖଣ୍ଡ ଶାଳ କାଠ ମିଳିଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଜବତ କାଠର ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା ହେବ । ମାମଲାରେ ରାଜୀବ ମହାନନ୍ଦ ଓ ରାଜକୁମାର ବିଭାରଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.