Latest Odisha News

BREAKING NEWS

ଚିଟଫଣ୍ଡ ସ୍କାମ୍: ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

କଟକ : ବିଜେଡିର ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ଓଡିଶା ହାଇକୋର୍ଟ ମଙ୍ଗଳବାର ଦିନ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଆଗୁଆ ଜାମିନ ପ୍ରଦାନ କରିଛନ୍ତି ।

ଏହି ମାମଲାରେ ପୂର୍ବରୁ ୨୦୧୭ ମସିହାରେ ଅଦାଲତ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ ।

ସିସୋର୍ ଚିଟଫଣ୍ଡ ମାମଲାରେ ୨୦୧୭ ମସିହା ଜାନୁଆରି ୧୨ ତାରିଖ ଦିନ ସିବିଆଇ ଶ୍ରୀଯୁକ୍ତ ଜେନାଙ୍କ ବାଲେଶ୍ୱର ଓ ନୂଆଦିଲ୍ଲୀସ୍ଥିତ ବାସଭବନରେ ଚଢଉ କରିବା ପରେ ସେ ଆଗୁଆ ଜାମିନ ଲାଗି କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସିବିଆଇ ନିକଟରେ ହାଜର ହେବା ପାଇଁ ସାଂସଦ ଶ୍ରୀ ଜେନାଙ୍କୁ ସେହିଦିନ ସମନ ଜାରି କରାଯାଇଥିଲା।

୨୦୧୧-୧୨ ମସିହାରେ ସିସୋର ସହିତ ସୁପ୍ରତୀକ ଗ୍ରୁପର ହୋଇଥିବା ୧୮ କୋଟି ଟଙ୍କାର କାରବାର ସ˚ପର୍କରେ ସେ ସନ୍ତୋଷଜନକ ଉତ୍ତର ସିବିଆଇକୁ ଦେବାରେ ସେସମୟରେ ବିଫଳ ହୋଇଥିଲେ ।

ସିବିଆଇ ସୁତ୍ରରୁ ଜଣାପଡିଛି, ବାଲେଶ୍ୱରର ଏହି ଉଦ୍ୟୋଗପତି ଋଣଦେୟ ପଇଠ କରିନଥିବା ଯୋଗୁଁ ଏହା ଆଇନ ଅନୁଯାୟୀ ଦୋଷାବହ ବୋଲି ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.