Latest Odisha News

ଖୋର୍ଦ୍ଧା: କଲେଜଛାତ୍ରୀଙ୍କୁ ରାସ୍ତାରୁ ଉଠାଇନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ମାଳିସାହି ରାସ୍ତାକଡ଼ରେ ଜଣେ କଲେଜ ଫେରନ୍ତା ଛାତ୍ରୀକୁ ଅଜଣା ଦୁର୍ବୃତ୍ତ ଉଠାଇନେଇଥିବା ମଙ୍ଗଳବାର ଦିନ ଅଭିଯୋଗ ହୋଇଛି ।

ପ୍ରାପ୍ତ ସୂଚନାନୁସାରେ, କଲେଜରୁ ଛାତ୍ରୀ ଜଣକ ଫେରୁଥିବା ବେଳେ ଏହି ଘଟଣା ଘଟିଥିବା ପ୍ରକାଶ । ସ୍ଥାନୀୟ ଲୋକେ ରାସ୍ତାକଡ଼ରୁ ଛାତ୍ରୀଙ୍କ ସ୍କୁଟି ଓ ଚପଲ ପଡ଼ିଥିବାର ଦେଖିଥିଲେ ।

ଅପହୃତା ଛାତ୍ରୀଜଣକ ସ୍ଥାନୀୟ ପରମାନନ୍ଦ ମହାବିଦ୍ୟାଳୟରେ +୩ ୨ୟ ବର୍ଷ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ଏହି ଘଟଣା ସମ୍ପର୍କରେ ଛାତ୍ରୀଙ୍କ ମାଆ ବୋଲଗଡ଼ ଥାନାରେ ଏକ ଅଭିଯୋଗ ଦାଏର କରିଛନ୍ତି । ସେ ତାଙ୍କର ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ଝିଅକୁ ଅପହରଣ କରାଯାଇଛି ।

ଏହି ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ମାତ୍ରେ ବୋଲଗଡ଼ ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.