Latest Odisha News

BREAKING NEWS

ସିସୋର୍ ଚିଟଫଣ୍ଡ୍ ସ୍କାମ୍: ୨ ଜଣ ବିଜେଡ଼ି ନେତାଙ୍କୁ ସିବିଆଇ ନୋଟିସ୍

ଭୁବନେଶ୍ୱର: ଆଗକୁ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ କିଛି ମାସ ଥିବା ବେଳେ, ବିଜେଡ଼ିର ୨ ଜଣ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କୁ ସିବିଆଇ ସିସୋର୍ ଚିଟଫଣ୍ଡ୍ ସ୍କାମ ମାମଲାରେ ପଚରାଉଚରା ଲାଗି ନୋଟିସ ଜାରି କରିଛି ।

ଏଏନଆଇ ଗଣମାଧ୍ୟମ ସଂସ୍ଥାର ସୂଚନାନୁଯାୟୀ, ଜାନୁଆରୀ ୨୮ ଓ ୩୦ ତାରିଖ ଦିନ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇର ଭୁବନେଶ୍ୱର ଶାଖା କାର୍ଯ୍ୟାଳୟଠାରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି । ତେବେ ଏହି ଦୁଇ ନେତାଙ୍କ ମଧ୍ୟରୁ ଜଣେ ୨୮ ତାରିଖ ଦିନ ହାଜର ହେବାର ତାରିଖ ଧାର୍ଯ୍ୟ ହୋଇଥିଲେ ମଧ୍ୟ କାର୍ଯ୍ୟାଳୟରେ ହାଜର ହୋଇପାରିନାହାନ୍ତି । ଅନ୍ୟପକ୍ଷରେ ଅନ୍ୟ ଜଣେ ନେତା ଜାନୁଆରୀ ୩୦ ତାରିଖ ଦିନ ହାଜର ହେବାକୁ ନୋଟିସ ଜାରି ହୋଇଛି ।

ଏଏନଆଇର ଏହି ରିପୋର୍ଟ ଅନୁଯାୟୀ, ଯେଉଁ ନେତା ଜଣକ ୨୮ ତାରିଖ ଦିନ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇପାରିନାହାନ୍ତି ତାଙ୍କ ନାମ ଗଣମାଧ୍ୟମ ଆଗରେ ସିବିଆଇ ପ୍ରକାଶ କରିନଥିଲେ ମଧ୍ୟ ତାଙ୍କୁ ଅନ୍ୟ ଏକ ଦିନ ହାଜର ହେବାକୁ ଦିନ ଧାର୍ଯ୍ୟ ହୋଇପାରେ ବୋଲି ଏଏନଆଇ ରିପୋର୍ଟରେ ଦର୍ଶାଯାଇଛି ।

Leave A Reply

Your email address will not be published.