Latest Odisha News

ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ମୃତ୍ୟୁ ମାମଲା , ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ADG ସ୍ଥିତି ଅନୁଧ୍ୟାନ କଲେ

ପୁରୀ : ବହୁ ଚର୍ଚ୍ଚିତ ଚିତ୍ତ ରଞ୍ଜନ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ପୁରୀ ଗସ୍ତରେ ଆସି ବହୁ ଚର୍ଚ୍ଚିତ ଚିତ୍ତ ରଞ୍ଜନ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଅଗ୍ରଗତୀ ପାଇଁ ସମୀକ୍ଷା କରିଛନ୍ତି । ପରେ ସେ ମୃତ ଦେହ ମିଳିଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତାଙ୍କ ସହିତ କ୍ରାଇମବ୍ରାଞ୍ଚ ଅଧିକାରୀ, ପୁରୀ ଏସପି ,ସଦର ଏସଡିପିଓ , କେସର ତଦନ୍ତ ଅଧିକାରୀ ଉପସ୍ଥିତ ଥିଲେ ।

ତେବେ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ସୁରାଗ ସଂଗ୍ରହ କରିଥିବା ବେଳେ ଏହାର ସାଇଣ୍ଟିଫିକ୍ ଅନୁସନ୍ଧାନ ହେବ । ତେବେ ତଦନ୍ତରେ ଭଲ ଅଗ୍ରଗତୀ ହୋଇଛି ।ତେବେ ତଦନ୍ତ ଚାଲିଥିବା ହେତୁ କିଛି ବି ନିର୍ଦିଷ୍ଟ ସୂଚନା ଦିଆଯାଇ ପାରିବ ନାହିଁ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା କହିଛନ୍ତି।

ସେପଟେ କ୍ରାଇମବ୍ରାଞ୍ଚ ଏଡିଜି ମୃତକ ଙ୍କ ପରିବାର ଲୋକ ଙ୍କୁ ଭେଟୁଛନ୍ତି କି ନାହିଁ ସେ ନେଇ ସମସ୍ତ ଙ୍କ ନଜର ରହିଛି। ସଂଜୟ ଦାସ ବର୍ମା ଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତ ରଂଜନ ପଲେଇ ଙ୍କ ସଂଦେହ ଜନକ ମୃତ୍ୟୁ କୁ ନେଇ ଏବେ ନାନା ଚର୍ଚ୍ଚା ଜୋର ଧରିଥିବା ବେଳେ କ୍ରାଇମବ୍ରାଞ୍ଚ କେବେ ଏହି ରହସ୍ୟମୟ ମୃତ୍ୟୁ ଘଟଣା ର ପରଦା ଖୋଲିବ ସେ ଉପରେ ସମସ୍ତଙ୍କ ନଜର ।

Comments are closed.