Latest Odisha News

BREAKING NEWS

ଗଡ଼ମୃଗଶିରାରେ କ୍ରାଇମବ୍ରାଞ୍ଚ ଟିମ୍: ଚିତ୍ତରଞ୍ଜନ ମୃତ୍ୟୁ ଘଟଣାର ଖୋଳତାଡ ଆରମ୍ଭ

ଭୁବନେଶ୍ୱର: ଚିତ୍ତରଞ୍ଜନ ମୃତ୍ୟୁ ଘଟଣା  ।  ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ ମିଳିଥିବା ସ୍ଥାନରେ କ୍ରାଇମବ୍ରାଞ୍ଚ ଟିମ୍ ବୁଲି ଦେଖିଛନ୍ତି । ଯେଉଁ ସ୍ଥାନରେ ଜଗନ୍ନାଥଙ୍କର ବାଇକ ଦୁର୍ଘଟଣା ହୋଇଥିଲା ସେହି ସ୍ଥାନକୁ ବୁଲି ଦେଖିଛନ୍ତି ଟିମ୍। ଗଡ଼ମୃଗଶିରା ପୋଲ ପାଖରେ ଯାଞ୍ଚ ଚାଲିଥିବା ଜଣାଯାଇଛି ।

କ୍ରାଇମ ବ୍ରାଞ୍ଚର ୪ଜଣିଆ ଟିମ୍ ବୁଧବାର ଦିନ ତଦନ୍ତ ଆରମ୍ଭ କରିଛି । କ୍ରାଇମବ୍ରାଞ୍ଚରେ ସାନି ମାମଲା ରୁଜୁ ହେବା ସହିତ ବୁଧବାର ସନ୍ଧ୍ୟାରେ ଏକ ୪ ଜଣିଆ ଟିମ୍ ପୁରୀ ଯାଇଥିଲା।  ଜଣେ ଡିଏସପିଙ୍କ ନେତୃତ୍ବରେ ଏସଆଇଟି ଗଠନ କରାଯାଇଥିବା ବେଳେ ଏହି ଟିମ୍ ଗତ ରାତିରେ ସଦର ଥାନା ପୁଲିସ ନିକଟରୁ ମାମଲା ତଦନ୍ତଭାର ଗ୍ରହଣ କରିଥିଲା।

ଆଜିକ୍ରାଇମବ୍ରାଞ୍ଚ ଟିମ୍ ଭାର୍ଗବୀ ନଦୀ କୂଳରେ ପହଞ୍ଚି ଘଟଣାସ୍ଥଳ ଅନୁଧ୍ୟାନ କରୁଛି।

Leave A Reply

Your email address will not be published.