Latest Odisha News

BREAKING NEWS

୨ ଜଣଙ୍କୁ ଗାଏବ କରିଦେଇଛନ୍ତି କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ !

ବଲିଉଡର ହଟ୍ ଫେଭରିଟ୍ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କୁ ଆପଣ ଚିହ୍ନି ପାରୁଛନ୍ତି ? ଏ ହେଲା ତାଙ୍କର ୨ଟି ଫଟୋ । ଗୋଟିଏ ବର୍ତ୍ତମାନର ଆଉ ଗୋଟିଏ କିଛି ମାସ ତଳର । ଭଲ ଭାବେ ନ ଦେଖିଲେ ଜାଣି ହେବନି ଯେ, ୨ଟି ଯାକ ଫଟୋ ଜଣେ ବ୍ୟକ୍ତିଙ୍କର ଓ ସେ ହେଉଛନ୍ତି ଗଣେଶ ଆଚାର୍ଯ୍ୟ ।

ଆଗରୁ ଗଣେଶଙ୍କର ଓଜନ ଥିଲା ୨୦୦ କେଜି । ଏବେ ତାଙ୍କର ଓଜନ ୯୮କେଜି ହ୍ରାସ ପାଇ ୧୦୨ କେଜି ଅଛି । ଜିମ୍ ଯାଇ ଓ ଠିକ୍ ଡାଏଟିଂ କରି ଗଣେଶ ଏତେ ଓଜନ କମ୍ କରିପାରିଛନ୍ତି । କିଛି ଦିନ ତଳେ ସେ ସୋନି ଟିଭିର ଲୋକପ୍ରିୟ କମେଡି ସୋ ଦି କପିଲ ଶର୍ମା ସୋ କୁ ଆସିଥିଲେ । ସେ ଏତେ ଓଜନ କମାଇ ପାରିଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କପିଲ ଶର୍ମାଙ୍କ ପ୍ରଶ୍ନର ଉତ୍ତରରେ ଗଣେଶ ଆଚାର୍ଯ୍ୟ କହିଥିଲେ, ସେ ୯୮ କେଜି ଓଜନ ହ୍ରାସ କରିଛନ୍ତି । ଏହା ଶୁଣି କପିଲ ଶର୍ମା କହିଥିଲେ, ଛୋଟ ଛୋଟ ସହରରେ ୪୬-୪୬ କେଜିର ଲୋକ ଥାଆନ୍ତି । ଆପଣ ତ ନିଜ ଶରୀରରୁ ୨ ଜଣ ଲୋକଙ୍କୁ ପୁରା ଗାଏବ କରିଦେଇଛନ୍ତି !

 

View this post on Instagram

 

A post shared by Ganesh Acharya (@ganeshacharyaa)

ଆଗରୁ ବହୁତ ମୋଟା ଥିଲେ ଗଣେଶ ଆଚାର୍ଯ୍ୟ । ହେଲେ ୨-୩ ବର୍ଷ ହେଲା ସେ ଜିମ୍‌ରେ କଠିନ ପରିଶ୍ରମ କରି ଓ ଡାଏଟିଂ କରି ନିଜ ଓଜନ ହ୍ରାସ କରିପାରିଛନ୍ତି । ଦେଖନ୍ତୁ ତାଙ୍କ ୱାର୍କ ଆଉଟ୍ ର କିଛି ଭିଡିଓ ।

Leave A Reply

Your email address will not be published.